୧୯୭୯-୮୧ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
କଟକ, (ଓ୍ବାଇଏନଏସ): ୧୧ ଘଟିକାରେ ବାରବାଟୀ ଦୁର୍ଗ ସ୍ତିତ ଗଡଖାଇ ଠାରେ କେନ୍ଦ୍ରାପଡା ରାଜକନିକା ସ୍ତିତ ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ର ୧୯୭୯ -୧୯୮୧ ମସିହା ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କର ପୂଜ୍ୟପୂଜା ସମାରୋହ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୧୯୭୯ -୧୯୮୧ ମସିହା ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀଙ୍କ ସହିତ ତତ୍କାଳୀନ ପ୍ରଫେସର ମଧ୍ୟ ଉପସ୍ତିତ ଥିଲେ। ସମସ୍ତ ଛାତ୍ର ଛାତ୍ରୀ ତାଙ୍କର ପ୍ରଫେସର ମାନଙ୍କୁ ଗୁରୁବନ୍ଦନା କରିଥିଲେ ଏହା ସହିତ ସମ୍ମାନ ସ୍ୱରୂପ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରିଥିଲେ ଏବଂ ସ୍ଵଛ ପରିବେଶ ନିମନ୍ତେ ଉପସ୍ତିତ ସମସ୍ତ ଙ୍କୁ ଛୋଟ ଛୋଟ ବୃକ୍ଷ ମଧ୍ୟ ପ୍ରଦାନ କରିଥିଲେ। ଦୀର୍ଘ ୪୪ ,ବର୍ଷ ପରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଏବଂ ପ୍ରଫେସର ମାନେ ଭେଟ ହୋଇ ସେ ସମୟର ସ୍ମୃତି କୁ ମନେପକାଇ ଆନନ୍ଦିତ ହୋଇଥିଲେ। ଏହି ଅବସରରେ ପ୍ରଫେସର ସର୍ବଶ୍ରୀ ଧୀରେନ୍ଦ୍ର କୁମାର ବାରିକ, କୈଳାସ ଚନ୍ଦ୍ର ପାତ୍ର, ଇନ୍ଦ୍ରମଣି ଦାଶ , ଗିରୀଶ ଚନ୍ଦ୍ର ସାହୁ, ଗୌରହରି ମହାନ୍ତି , ଭାରତ ଚନ୍ଦ୍ର ପାତ୍ର , ପରୀକ୍ଷିତ ପାତ୍ର , ରାମଚନ୍ଦ୍ର ଦାସ, ଶ୍ରୀଧର ପ୍ରସାଦ ବେହେରା ଆଦି ପ୍ରଫେସର ମାନେ ଏହି ସଭାରେ ଯୋଗଦେଇ ସମ୍ମାନିତ ହୋଇଥିଲେ. ଅତିଥି ପରିଚୟ ରଞ୍ଜନ କୁମାର ମିଶ୍ର ଦେବା ସହିତ ୧୯୭୯-୮୧ ବ୍ୟାଚର ଛାତ୍ର ଛାତ୍ରୀ , ବାବାଜୀ ଚରଣ ଧଳ, ରମେଶ ଚନ୍ଦ୍ର ଧଳ , ହୃଦାନନ୍ଦ ନାୟକ, ଉତ୍ସବ ଆନନ୍ଦ ବିଶ୍ୱାଳ, ଭରତ ମହାପାତ୍ର, ବୈଦ୍ୟନାଥ ବଳ, ଦେବେନ୍ଦ୍ର ନାୟକ, ବ୍ରଜକିଶୋର ନାୟକ, ପ୍ରମୁଖ ଉକ୍ତ ସଭା ରେ ଉପସ୍ତିତ ଥିଲେ।ସଭାକାଯ୍ୟ କୁ ସତ୍ୟପ୍ରିୟା ଦାସ , ସଂଘମିତ୍ରା ଦାସ , ଡାକ୍ତର ନିବେଦିତା ଦାସ , ରଞ୍ଜନ କୁମାର ମିଶ୍ର , ବିଶ୍ୱନାଥ ରାଉତ ପ୍ରମୁଖ ପରିଚାଳନା କରିଥିଲେ ଏବଂ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।