ନାଉଗାଁ ବ୍ଳକରେ ଦଳିତ ସମାଜ ପକ୍ଷରୁ ବନ୍ଧୁମିଳନ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଦଳିତ ଆଦିବାସୀ ସଂଘର ଏକ ବନ୍ଧୁମିଳନ କାକଟପୁରସ୍ଥିତ ମା’କୁତାମଚଣ୍ଡୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଇନ୍‌ଜୀବୀ ସୁରେଶ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଘୋଡାଂଶ ପଂଚାୟତର ସମିତି ସଭ୍ୟ ତରୁଣକାନ୍ତ ବାରିକ, ପ୍ରକାଶ ମହାନ୍ତି, ଆଇନ୍‌ଜୀବୀ ପ୍ରଶାନ୍ତ ବଢେଇ ଯୋଗ ଦେଇଥିଲେ। ଏହି ବନ୍ଧୁମିଳନରେ ସଂଘର ସଦସ୍ୟ ବିପିନ ବେହେରା, ଭ୍ରମରବର ଗୋଛାୟତ, ଜଟାଧାରୀ ଦାସ, ଚିରରଞ୍ଜନ କାଣ୍ଡି, ବିନୋଦ ସେଠୀ, ସୁରେଶ ଦାସ, ଗୌରାଙ୍ଗ ଭୋଇ, ପ୍ରତାପ କାଣ୍ଡି, ଯଚିନ୍ଦ୍ର ରାଉତ,ପଙ୍କଜ ଭୋଇ,ମିଲୁ ଭୋଇ,ସଦାନନ୍ଦ ସେଠୀ,ଶୁର ଭୋଇ ଆଦି ଯୋଗ ଦେଇ ଦଳିତ ଆଦବାସୀଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସଂଘର ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ