ଏଣିକି ଫାଇଲ କାର୍ଯ୍ୟ କରାଯିବ ଡିଜିଟାଲ ମୋଡରେ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ଏଣିକି ଆଉ କାଗଜ ଫାଇଲ ଦେଖିବାକୁ ମିଳିବ ନାହିଁ। ଡିଜିଟାଲ ମୋଡରେ କାର୍ଯ୍ୟ କରିବ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ । ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଡିଜିଟାଲ ବ୍ୟବସ୍ଥା ଲାଗୁ ହୋଇଛି । ଏହାକୁ ଓସ୍ୱାସ( ଓଡିଶା ଷ୍ଟେଟ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ) କୁହାଯାଏ। ଏହି ପରିପ୍ରେକ୍ଷୀରେ ଶନିବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର ଆୟାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମସ୍ତ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଏଣିକି “ଓସ୍ୱାସ” ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ସରକାରୀ କାର୍ଯ୍ୟ ତ୍ୱରାନ୍ୱିତ ହେବ ଏବଂ ସାଧାରଣ ଜନତା ଏଥିରୁ ଉପକୃତ ହେବା ସହିତ ପ୍ରଶାସନିକ ସ୍ୱଚ୍ଛତା ଏହା ପ୍ରତିପାଦିତ ହେବ ବୋଲି କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓକାକ୍‌ର ଡମେନ ଆଡ଼ଭାଇଜର ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ନବକ୍ରିଷ୍ଣ ଜେନାଙ୍କ ସମେତ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ