“ଗାଦି ଗୋସାଇଁ ଯୁବ ପରିଷଦ” ତରଫରୁ ଗରିବ ବୃଦ୍ଧ, ବୃଦ୍ଧା ଙ୍କୁ ଶୀତ ବସ୍ତ୍ର ବଣ୍ଟନ

କାକଟପୁର/ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ଜୀବନର ଦୋଛକିରେ କିଏ କେତେବେଳେ ସହଯୋଗର ହାତ ବଢ଼ାନ୍ତି ତାହା କେବଳ ଭଗବାନ ଜାଣନ୍ତି। ସହାୟତାର ହାତ ବଢ଼ାଇବାକୁ ଭଗବାନ ନିଜେ ଧରାପୃଷ୍ଟକୁ ଓଲ୍ହାଇନଥାନ୍ତି। ମଣିଷ ରୁପି ଭଗବାନ ହିଁ ସହଯୋଗ କରିବାକୁ ଧାଇଁ ଆସନ୍ତି।ଶୀତ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅନେକ ବୃଦ୍ଧ, ବୃଦ୍ଧା ଗରିବ ଶ୍ରେଣୀର ଲୋକ ମାନେ ଶୀତ ବସ୍ତ୍ର ନଥିବା  ହେତୁ ଶୀତ ଦିନେ କଷ୍ଟ ଅନୁଭବ କରିଥାନ୍ତି। ଅସହାୟ ଗରିବ ଲୋକ ଙ୍କ ଦୁଃଖ ସମୟରେ  ପୁରୀ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପାଟି ପଂଚାୟତ  ଜିଓଳ ଗ୍ରାମରେ ଥିବା” ଗାଦି ଗୋସାଇଁ ଯୁବ ପରିଷଦ “ସଦସ୍ୟ ମାନେ ନିଜ୍ଵସ ରୋଜଗାର ପାଣ୍ଠି ରୁ  ସ୍ଥାନୀୟ ଅଞ୍ଚଳ ସମେତ ଦୂର ଦୁରାନ୍ତ ୨ଶହ ରୁ ଉର୍ଦ୍ଧ ବୃଦ୍ଧ, ବୃଦ୍ଧା ଓ ଗରିବ ଅସହାୟ ଲୋକଙ୍କୁ ଶୀତ ଦିନରୁ ରକ୍ଷା ପାଇବା ପାଈଁ କମ୍ବଳ ବଣ୍ଟନ କରିଛନ୍ତି।
ଏ ନେଇ ଗାଦି ଗୋସାଇଁ ଯୁବ ପରିଷଦ ସଭାପତି ଶାନ୍ତି ଶେଖର ବାରିକ କହିବା ମୁତାବକ କ୍ଲବ ର ମୁଖ୍ୟ ଉଦେଶ୍ୟ ଅସହାୟ, ନିରାଶ୍ରୟ ମାନଙ୍କ ନିକଟରେ ସବୁବେଳେ ସାଥି ହୋଇ ଠିଆ ହେବା ସହ ସାମାଜିକ କାର୍ଯ୍ୟରେ ନିୟୋଜିତ ହେବା କ୍ଲବ ର ସମସ୍ତ ସଦସ୍ୟ ଙ୍କ ଲକ୍ଷ୍ୟ।ଏହି କମ୍ବଳ ବଣ୍ଟନ ସମୟରେ ସଭାପତି ଶାନ୍ତି ଶେଖର ବାରିକ, ଉପସଭାପତି ପ୍ରୀତି ରଂଜନ ସ୍ୱାଇଁ, ସମ୍ପାଦକ ବିଶ୍ୱଜିତି ସେଠୀ, କୋଷାଧକ୍ଷ ସନ୍ତୋଷ ସ୍ୱାଇଁ ସମେତ ୫୬ଜଣ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କୁହାଯାଏ ମାନବ ସେବା ହେଉଛି ମାଧବସେବା। ଆଜିର ସମାଜରେ ସହହୃଦୟ ବ୍ୟକ୍ତି ବହୁତ କମ୍ ଥାଆନ୍ତି। ଯେଉଁ ମାନେ ଅନ୍ୟ ମାନଙ୍କ ଦୁଃଖ ଦେଖିଲେ ସେମାନଙ୍କ ଆଖିରୁ ଲୁହ ଝରିପଡେ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜିଓଳ ଗ୍ରାମର” ଗାଦି ଗୋସାଇଁ ଯୁବ ପରିଷଦ” ସେମିତି ଏକ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଲୋକ ମାନଙ୍କ ସେବା ପାଈଁ ଅହରହ ଉଦ୍ୟମ ଜାରୀ ରଖିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ