ସାହସପୁରରେ ଗଜଲକ୍ଷ୍ମୀ ପୂଜା
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକର କଂସାର ପଞ୍ଚାୟତ ଅନ୍ତର୍ଗତ ସାହସପୁର ଗ୍ରାମରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଶିବଶକ୍ତି ପୂଜା ପାଉଛନ୍ତି। ଏହି ଅବସରରେ ମା’ଙ୍କୁ ଷୋଡଶ ଉପଚାରରେ ପୂଜା କରାଯିବା ସହ ହୋମଯଜ୍ଞ,କୀର୍ତ୍ତନ ଭଜନ ପ୍ରଭୃତି କରାଯାଉଛି। ସଭାପତି ସରୋଜପ୍ରସାଦ ନାୟକ,ସମ୍ପାଦକ ଦୀପ୍ତିରଞ୍ଜନ ମହାପାତ୍ର, ସଭ୍ୟ ଇଂ ପ୍ରିୟବ୍ରତ ଦାସ, ଅଶୋକ ମହାପାତ୍ର, ପ୍ରଭଞ୍ଜନ ସାମଲ, ଚନ୍ଦ୍ରକାନ୍ତ ବେହେରା, ସରୋଜକାନ୍ତ ସାହୁ, ସୁଶାନ୍ତ ଓଝା, ପ୍ରତାପ ନାୟକ, ରଜନୀକାନ୍ତ ଲେଙ୍କା, ଦେବେନ୍ଦ୍ର ବିଶ୍ୱାଳ, ସୁମନ ସ୍ୱାଇଁ, ନିର୍ମଳ ଓଝା, ଅମୀୟ ବେହେରା, ପ୍ରମୁଖ ଆନନ୍ଦ ଉଲ୍ଲାସର ସହିତ ୫ ଦିନ ବ୍ୟାପି ନୀତି ନିୟମରେ ମା’ଙ୍କ ପୂଜା କାର୍ଯ୍ୟ କରାଯିବା ସହିତ ଦୈନିକ ଭଜନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।