ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଗଜପତି କଳାକାରଙ୍କ ସଫଳତା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ସମାବେଶ ରେ ଲୋକ ସଙ୍ଗୀତ ବିଭାଗରେ ଗଜପତି ଜିଲ୍ଲା ପୁରସ୍କୃତ, ୩୦ ଟି ଜିଲ୍ଲା ର ଯୁବ କଳାକାର ମାନଙ୍କ ମଧ୍ୟରେ ଅନୁଷ୍ଠିତ ହେଇଥିବା ଏହି ପ୍ରତିଯୋଗୀତା ରେ ପାରଳାଖେମୁଣ୍ଡିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ୍ କଳାକାର ମାନେ ତୃତୀୟ ପୁରସ୍କାର ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ବେଳେ ଦୀର୍ଘ ବର୍ଷ ପରେ ସଙ୍ଗୀତ ବିଭାଗ ରେ ଜିଲ୍ଲାକୁ ଏହି ସଫଳତା ପାଇଁ ଶୁଭେଚ୍ଛା ର ସୁଅ ଛୁଟିଛି। ଭାରପ୍ରାପ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା , ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝି , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା କ୍ରୀଡ଼ା ଅଧିକାରୀ ତ୍ରିନାଥ ସାହୁ , ସଙ୍ଗୀତ ନାଟକ ଏକାଡ଼େମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର , କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ , ସମଲେଇ ନୃତ୍ୟକଳା ପରିଷଦ ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ କଳାକାର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ