ଗଜପତି ଉତ୍ସବ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଉତ୍ସବ ,ପଲ୍ଲିଶ୍ରୀ ମେଳା, ଆତ୍ମନିର୍ଭର ଭାରତ ଓ ସ୍ଵଦେଶୀ ମେଳାର  ଗତକାଲି ଥିଲା ଚତୁର୍ଥ ରଜନୀ. ହେଲେ ଉତ୍ସବର ମୁଖ୍ୟ ଆୟୋଜକ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧକ୍ଷ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଲଗାତାର 3 ଦିନ ଧରି ଉତ୍ସବରେ ଅନୁପସ୍ଥିତ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ମୁଖ୍ୟ ଆୟୋଜକ ଉତ୍ସବରେ କାହିଁକି ରହୁ ନାହାନ୍ତି ବୋଲି ଗତକାଲି ସାଧାରଣରେ ଚର୍ଚ୍ଚା ଲାଗି ରହିଥିଲା. ମୁଖ୍ୟଙ୍କ ବିନା ଗଜପତି ଉତ୍ସବ ସାଧାରଣଙ୍କୁ ବିଭିନ୍ନ କାରଣରୁ ନିରାଶ କରିଥିଲା. ଲୋକଙ୍କ ମୁଖ୍ୟ ଆଲୋଚ୍ୟ ବିଷୟ ରହିଥିଲାଯେ, ଗଜପତି ଉତ୍ସବର ଉଦଘାଟନ ଦିନ ଆୟୋଜକ ତଥା ଜିଲ୍ଲାପାଳ ଉପସ୍ଥିତ ଥିଲେ. ପରବର୍ତ୍ତୀ ଉତ୍ସବର 2 ୟ ଦିନ ଠାରୁ ଚତୁର୍ଥ ଦିନ ପର୍ଯ୍ୟନ୍ତ ଲଗାତାର ଭାବେ 3 ଦିନ ଧରି ଜିଲ୍ଲାପାଳ ଅନୁପସ୍ଥିତ ରହିବା ଯୋଗୁଁ ଅନେକାଂଶରେ ଗଜପତି ଉତ୍ସବ ସଫଳ ରୂପାୟନ ହୋଇନାହିଁ. ଜିଲ୍ଲା ମୁଖ୍ୟଙ୍କ ବିନା ଜିଲ୍ଲା ଉତ୍ସବ ମଧ୍ୟ ଖାଁ ଖାଁ ପରି ଲାଗୁଚି ବୋଲି ବହୁ ଲୋକେ ମତବ୍ୟକ୍ତ କରିଥିଲେ. ଏତଦବ୍ୟତୀତ ଉତ୍ସବରେ ବର୍ଷ ବର୍ଷ ଧରି ପ୍ରଦଶନ କରାଯାଉଥିବା ରାଜ୍ୟ ବାହାରର କଳାକାରଙ୍କ ସଂସ୍କୃତିକ କାର୍ଯ୍ୟକ୍ରମ ଆଜି ବାରମ୍ବାର ପ୍ରଦଶନ କରାଯାଉଥିବା ଯୋଗୁଁ ଲୋକେ ଏଗୁଡିକୁ ଦେଖି ନିରାଶ ହୋଇ ମୁହଁ ମୋଡି ଫେରି ଯାଉଥିବା ଲକ୍ଷ୍ୟ କରାଯାଇଥିଲା. ଯଦ୍ୱାରା ଉତ୍ସବରେ ଦର୍ଶକମାନେ ବସିବା ପାଇଁ ରହିଥିବା ଗ୍ୟାଲେରୀରେ ଚୌକି ଗୁଡିକ ଖାଲି ପଡିଥିଲା. ଚତୁର୍ଥ ସନ୍ଧ୍ୟାରେ  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି  ପୃଥ୍ବୀରାଜ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଧାୟକ ମୋହନା  ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି  କେ.ନାଗା ରାଜୁ , ନିର୍ଦ୍ଧେଶକ, ପ୍ରତ୍ୟୁଷ   ପ୍ରଭାତ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ, ମୋହନା  ସୁନୀଲ କୁମାର ବିଷୋୟୀ, ଜିଲ୍ଲାପରିଷଦ ସଭ୍ୟା, ରାୟଗଡ଼ ଗୌତମୀ ଜାନି, ଜିଲ୍ଲାପରିଷଦ ସଭ୍ୟ, ରାୟଗଡ଼ ପିତାମ୍ବର ନାୟକ, ଜିଲ୍ଲାପରିଷଦ ସଭ୍ୟ ଆର.ଉଦୟଗିରି  ଦଣ୍ଡପାଣି ବଡ଼ମୁଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ