ଗଜପତି ଉତ୍ସବର ପ୍ରସ୍ତୁତି ବୈଠକ ବାତିଲ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଚଳିତବର୍ଷ ଗଜପତି ଉତ୍ସବ ପାଳନ ପାଇଁ ଗତକାଲି ପ୍ରସ୍ତୁତି ବୈଠକ ଜିଲ୍ଲା ପ୍ରଶାସନ ତରଫରୁ ଧାର୍ଯ୍ୟ କରାଯାଇଥିଲା. ହେଲେ ଶେଷ ମୁହୂର୍ତ୍ତରେ ସେହି ପ୍ରସ୍ତୁତି ବୈଠକକୁ ବାତିଲ କରାଗଲା. ତେଣୁ ଚଳିତ ବର୍ଷ ଗଜପତି ଉତ୍ସବ ପାଳନ ନେଇ ବିଭିନ୍ନ ଦ୍ବନ୍ଦ୍ବ ଓ ଆଶଙ୍କା ଉପୁଜିଛି। ଗଜପତି ଉତ୍ସବ କେବେ ଅନୁଷ୍ଠିତ ହେବ ଏପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଉତ୍ସବ ଅନୁଷ୍ଠିତ ହେବ କି ନାହିଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିବର୍ଷ ଡ଼ିସେମ୍ବର ଶେଷ ଆଡ଼କୁ ଉତ୍ସବ ପାଳନ କରାଯାଉଥିବା ବେଳେ ପ୍ରାୟ ଗୋଟିଏ ମାସ ପୂର୍ବରୁ ପ୍ରସ୍ତୁତି ବୈଠକ କରି ଉତ୍ସବର ତାରିଖ ଘୋଷଣା କରିବା ସହ ବିଭିନ୍ନ କମିଟି କରାଯାଇ ସଦସ୍ୟମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଉଥିଲା.  ହେଲେ ଚଳିତବର୍ଷ ଏଯାବତ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇପାରିନାହିଁ। ପ୍ରସ୍ତୁତି ବୈଠକ କରିବା ନେଇ ପ୍ରଶାସନ ପକ୍ଷରୁ ଗତକାଲି ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ତାହା ବି ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଛି। ପରବର୍ତ୍ତୀ ବୈଠକ କେବେ ହେବ ତାହାର ସୂଚନା ବି ନାହିଁ ଅର୍ଥାତ ପରବର୍ତ୍ତୀ ବୈଠକ ପାଇଁ ମଧ୍ୟ ତାରିଖ ଧାର୍ଯ୍ୟ ହୋଇନାହିଁ। ତେଣୁ ଗଜପତି ଉତ୍ସବ ପାଳନକୁ ନେଇ ସାଧାରଣଙ୍କ ଠାରେ ଆଶଙ୍କାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ