ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଇଞ୍ଜିନିୟରିଂ ଗଣତିରେ ଗଜପତିକୁ ଓଡିଶାର ଶ୍ରେଷ୍ଠ ଉତ୍କଷ ପୁରସ୍କାର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ରାଜ୍ଯସ୍ତରୀୟ ବିଜ୍ଞାନ ପ୍ରଯୁକ୍ତିବିଦ୍ଯା ଇଞ୍ଜିନିୟରିଂ ଗଣିତ ଉକ୍ରର୍ଷତା ସମ୍ବଦ୍ଧନା ସମାରୋହରେ ଗଜପତି ଜିଲ୍ଲାକୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ସ୍ବୀକୃତି ମିଳିଛି | ଜିଲ୍ଲା ପ୍ରଶାସନ, ଶିକ୍ଷକ ଏବଂ ଶୈକ୍ଷିକ ସହାୟତା ଦଳଗୁଡ଼ିକର ସାମୂହିକ ପ୍ରୟାସକୁ ସ୍ବୀକୃତି ଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ମାୟାଧର ସାହୁ ପୁରସ୍କାର ଗ୍ରହଣ କରିଛନ୍ତି | ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ ଗିରିଧର ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମୋଲୁ ରବି କୁମାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ନିରନ୍ତର ତଦାରଖ ଏବଂ ଶୈକ୍ଷିକ ସହାୟତା ମାଧ୍ୟମରେ ଏହି ସଫଳତା ସମ୍ଭବ ହୋଇପାରିଛି। ଏସ୍ଟିଇଏମ୍ ଉକ୍ରର୍ଷତା କାର୍ଯ୍ୟକ୍ରମ ଅଧୀନରେ, ଦୁଇ ରାଜ୍ୟ ସମ୍ବଳ ଗୋଷ୍ଠୀ ସଦସ୍ୟ ମୋହନ କୁମାର ନାୟକଏବଂ ଈଶ୍ବର ରାଓ ଗମ୍ପୁ ସାତଟି ବ୍ଲକ୍ କାସ୍କେଡ୍ ତାଲିମ ସଫଳତାର ସହିତ ସମାପ୍ତ କରିଛନ୍ତି। ଏହି ଉତ୍କର୍ଷତା ସମ୍ମାନ ପାଇଁ ଜିଲ୍ଲାର ୧୪୫ ସ୍କୁଲକୁ ସାମିଲ କରାଯାଇଥିଲା । ଯେଉଁଥିରେ ୨୫,୨୬୯ ଜଣ ଛାତ୍ର ଖାନ ଏକାଡେମୀ ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଥିଲେ।ସେମାନଙ୍କ ମଧ୍ୟରୁ ୪୮ ପ୍ରତିଶତ ଛାତ୍ରଛାତ୍ରୀ ସକ୍ରିୟ ଶିକ୍ଷାର୍ଥୀ ହୋଇଥିଲେ। ୧୮ ପ୍ରତିଶତ ଦକ୍ଷତା ବୃଦ୍ଧି ହାସଲ କରି ଓଡ଼ିଶାର ସମସ୍ତ ୩୦ ଜିଲ୍ଲା ମଧ୍ୟରୁ ଶ୍ରେଷ୍ଠ ଜିଲ୍ଲା ମଧ୍ଯରେ ଗଜପତିକୁ ଚୟନ କରଯାଇଥିଲା I


