ବଡ଼ଓଷାରେ ବିଭିନ୍ନ ଶୈବପୀଠରେ ବିଳମ୍ବିତ ରାତ୍ରରେ ଲାଗିହେଲା ଗଜଭୋଗ

କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ): ପବିତ୍ର ବଡ଼ଓଷା। ପୁଣ୍ୟ ମାସ କାର୍ତ୍ତିକ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥିରେ ବଡ଼ଓଷା ପାଳିତ ହୋଇଥାଏ। ଏ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ  ଅଂଚଳ ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ଗହଳି। କେଉଁ ଆଦିମ କାଳରୁ ଦେବଦେବ ମହାଦେବ ଙ୍କ ଏହି ମହାନ ପର୍ବ ପାଳିତ ହୋଇଆସୁଛି। ଧର୍ମ ମାସ କାର୍ତ୍ତିକ ର ମହାପଞ୍ଚକ ରେ ହବିଷ୍ୟାଳି ଙ୍କ ବିଷ୍ଣୁ ପୂଜନ ଓ ବଡ଼ଓଷା ରେ ମହାଦେବଙ୍କ ଉପାସନାରେ ବିଭୋର ଭକ୍ତ। ଉତ୍କଳୀୟ ପରମ୍ପରା ରେ ବଡ଼ଓଷା ର ସ୍ୱତନ୍ତ୍ର ମହତ୍ୱ ରହିଛି। ଏହି ବଡ଼ଓଷା ପାଈଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳ ଦେବୀ ନଦୀ ପଠାରେ ବଣ ଜଙ୍ଗଲ ଘେରା ମଧ୍ୟରେ କେଉଁ ଆବାହନ କାଳରୁ ବାବା ଧବଳେଶ୍ୱର ପୀଠରେ ଯାକଜକମ ରେ ପାଳିତ ହୋଇ ଆସୁଅଛି। ଚଳିତ ବର୍ଷ ଏହି ପୀଠରେ ବଡ଼ଓଷା ରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଛି। ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ। ବାବା ଧବଳେଶ୍ୱର ଙ୍କୁ ଦର୍ଶନ କରିବାକୁ ଭକ୍ତ ମନରେ ଆବେଗ ରହିଛି। ବର୍ଷକୁ ଥରେ ମାତ୍ର ବଡ଼ଓଷା ରେ ବଡ଼ ସିଂହାର ବେଶରେ ଦର୍ଶନ ଦିଅନ୍ତି ବାବା ଧବଳେଶ୍ୱର। ପବିତ୍ର ତ୍ରୟୋଦଶୀ ରାତିରେ ବଡ଼ଓଷା ପାଈଁ ପ୍ରସ୍ତୁତ ଆରମ୍ଭ ହୁଏ। ତ୍ରୟୋଦଶୀ ଓ ଚତୃଦଶୀ ର ସନ୍ଧି ସମୟରେ ପ୍ରଭୁଙ୍କ ବଡ଼ଓଷା ନିତୀ ସମ୍ପର୍ଣ୍ଣ ହୁଏ। ବାବା ଧବଳେଶ୍ୱର ଙ୍କୁ ଲାଗି ହୁଏ ଗଜଭୋଗ। ମଙ୍ଗଳବାର ବିଳମ୍ବିତ ରାତିରେ ମଇଲମ୍, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।ଉଜାଗର ରହି  ବୁଧବାର ସକାଳୁ ବାବାଙ୍କ ଦୁର୍ଲଭ ବେଶକୁ ଦର୍ଶନ କରିବେ ଶ୍ରଦ୍ଧାଳୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ