ଡରାଉଛି ଗଜରାଜ: ଲୋକ ଭୟଭୀତ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ) ଦିନକୁ ଦିନ ହାତୀ ନିୟମଗିରି ଅଞ୍ଚଳରେ   ୨୭ ଥକିଆ ହାତୀ ପଲ ଆତଙ୍କ ରାଜ ସୃଷ୍ଟି କରିଥିବାରୁ ଲୋକେ ଭୟଭୀତ ଘରୁ ବାହାରୁ ନାହାନ୍ତି।  ଜଙ୍ଗଲ ନଷ୍ଟ ପୋଡୁ ଚାଷ ଯୋଗୁ ବନବିଭାଗର ସଚେତନାର ଅଭାବ ଯୋଗୁଁ ବନ୍ୟଜନ୍ତୁ ଜଙ୍ଗଲରେ ରହିବା ବଦଳରେ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରୁଥିବା ରୁ ପାହାଡ଼ ଉପରେ ରହୁଥିବା ଲୋକେ ଭୟଭୀତ ରେ ରହିବାକୁବାଧ୍ୟ ହେଉଛନ୍ତି। ସେହିଭଳି କୋଉଠି ନଳକୂପ ଉପାଡି ଦେଉଛନ୍ତି ତ କୋଉଠି ଜଳ ଯୋଗାଣ ପାଇପ ଭାଙ୍ଗି ଦେଉଥିବାରୁ ପାହାଡ଼ ଅଞ୍ଚଳରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେବାକୁ ପଡୁଛି। ଏମିତି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର  ବ୍ଲକ ସିଙ୍ଗାରି,ପାର୍ଶାଲି,ସୁନାଖଣ୍ଡି, ପଲମା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗ୍ରାମରେ କିଛି ଦିନ ଧରି କଳାହାଣ୍ଡିଆ ୨୭ଟି ହାତୀ କଲ୍ୟାଣସିଂହପୁର ନିୟମଗିରି ପାହାଡ଼ ରେ ଆସି ବସା ବାନ୍ଧି ଥିବା ଜଣା ପଡ଼ିଛି । ଏହି ହାତୀ ପଲ ବର୍ତ୍ତମାନ ସିଙ୍ଗାରି,ପାର୍ଶାଲି ଓ ସୁନାଖଣ୍ଡି, ପଲମା ପଞ୍ଚାୟତ ରେ ଘୁରି ବୁଲୁଥିବା ଦେଖିବା କୁ ମିଳିଛି।ଉକ୍ତ ଡଙ୍ଗର ଅଞ୍ଚଳରେ ଆମ୍ବ, ପଣସ ,ସଲପ,କଦଳୀ   ଗୁଡିକ ଖାଇ ନଷ୍ଟ କରୁଥିବା କରିଦେଉଛନ୍ତି। ହାତୀପଲ ପାଣି ପାଇଁ ଡହଳ ବିକଳ ହୋଇ ଗତ କିଛିଦିନ ପୂର୍ବେ ନଳକୂପ ଉପାଡି ଦେଇଥିଲେ। ଗତ ରାତ୍ର ସୁନାଖଣ୍ଡି ପଞ୍ଚାୟତର ଦୁର୍ଗମ ପାହାଡ ଉପରେ ରହିଥିବା ତଳ ମୂଶୁଡି ଗ୍ରାମରେ ଜଳ ଯୋଗାଣ ହେଉଥିବା ପାଇପକୁ ଭାଙ୍ଗି ଦେଇ ଚାଲି ଯାଇଥିବାରୁ ଗ୍ରାମବାସୀ ପାଣି ପାଇଁ ଡହଳ ବିକଳ ହେବାକୁ ପଡୁଛି ବୋଲି ଗ୍ରାମବାସ ପ୍ରକାଶ କରିଛନ୍ତି। ହାତୀଙ୍କ ଏଭଳି କାଣ୍ଡ ଯୋଗୁ ଅଞ୍ଚଳ ବାସୀ କ୍ଷତି ଶହିବା ସହ ଭୟଭିତରେ ରହିଛନ୍ତି। ରାତି ହେଲେ ଗାଁ ମୁହାଁ ହେଉଥିବା  ବେଳେ ଦିନ ରେ ଜଙ୍ଗଲ କୁ ଚାଲି ଯାଉଥିବା ଗ୍ରାମ ବାସୀ  କହିଛନ୍ତି। ନିୟମଗିରି ପାହାଡ଼ରେ ପୂର୍ବରୁ ହାତୀଙ୍କ ପାଇଁ ପାଣିର ସୁବିଧା ରୁଥିବା ବେଳେ ଵର୍ତମାନ ଜଙ୍ଗଲ ଧ୍ବଂସ ଜଳବାୟୁ ଜଳାଶୟ ର ଅଭାବ ଯୋଗୁ ହାତୀ ଗ୍ରାମ ଭିତରେ ପଶୁଛି ତ ପାଣି ପାଇଁ ନଳକୂପ ଓ ପାଇପ ଭାଙ୍ଗି ଦେଉଛି।ଉକ୍ତ ଘଟଣା ସମ୍ପର୍କରେ କଲ୍ୟାଣସିଂହପୁର ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନତା କରାଯାଉଛି । ହାତୀକୁ ବିରକ୍ତ କରନ୍ତୁ ନାହିଁ ,ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ  ବୋଲି , ସନ୍ଧ୍ୟା ହେଲେ ବାହାରକୁ ଯାଆନ୍ତୁ ନାହିଁ ।
କ୍ଷୟକ୍ଷତି ହୋଇଥିବା  ଆକଳନ କରୁଛୁ । ହାତୀ ଗୁଡିକ ରାଜସ୍ୱ ବିଭାଗ କି ବନବିଭାଗ ସୀମା ରେଖା ରେ  ହୋଇଛି ତାହା ଜଣାପଡ଼ୁନି।କେବଳ ହାତୀ ନାରୀଙ୍ଗିତୋଳା ବିଟ ରେ ବସା ବାନ୍ଧି ଥିବା ଗତ ଚାରିଦିନହେବ ସୁନାଖଣ୍ଡି ଓ ପଲମା ଅଂଚରେ ବୁଲୁଥିବାରୁ ଭୟରେ ଗ୍ରାମବାସୀ ତାଟି କବାଟ ପକେଇ ଦେଉଛନ୍ତି ବୋଲି ତଳ ମୁଷୁଡ଼ି ଗ୍ରାମବାସୀ ପ୍ରକାଶ କରିଛନ୍ତି ।କିନ୍ତୁ ଏହି ବ୍ଲକରେ ପ୍ରାୟ ସମୟ ରେ ହାତୀ ଚଳପ୍ରଚଳ ହୋଇ  କ୍ଷୟକ୍ଷତି କରିବା ସହିତ ଜୀବିକା ହରାଇବାକୁ ପଡୁଥିବା ବେଳେ ହାତୀ ଜୀବନ ନେଉଛି ।କିନ୍ତୁ ପ୍ରାୟ ଏକ ବର୍ଷରୁ ଅଧିକ ହେବ ହାତୀସ୍ୱାର୍ଡ ନଥିବା ହାତୀର ଗତିବିଧି ଜାଣି ପାରୁନି ବନ ବିଭାଗ।ଗତ ଦୁଇ ବର୍ଷଧରି ବିଷମ କଟକ, ମୁନିଗୁଡା, ଲାଞ୍ଜିଗଡ, କଲ୍ୟାଣସିଂହପୁର, ଥୁଆମୂଳ ରାମପୁର ୨୭ଥାକିଆ ହାତୀପଲ ବିଲୁଥିବାରୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଣୁ ଲୋକଙ୍କ ଜୀବନ ବଞ୍ଚାଇବା ସହ ଖାଦ୍ୟର ସୁରକ୍ଷା ଓ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଉକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ