ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ କେଳେଙ୍କାରୀ ମାମଲା : ରାଜା ଚକ୍ରର ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ,(ଓ୍ବାଇଏନଏସ): ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀ କେଳେଙ୍କାରୀ ମାମଲା ହାଇକୋର୍ଟରେ ଶୁଣାଣି ହୋଇଛି । ହାଇକୋର୍ଟରେ ମୁଖ୍ୟ ଅଭିଯୁକ୍ତ ରାଜା ଚକ୍ରର ଜାମିନ ଆବେଦନ ଖାରଜ ହୋଇଛି । ଅନ୍ୟ ଅଭିଯୁକ୍ତ ସୁଶାନ୍ତ ସାମଲର ମଧ୍ୟ ଜାମିନ ଆବେଦନ ଖାରଜ ହୋଇଛି । ଏହି ମାମଲାରେ ହାଇକୋର୍ଟରେ ଉଭୟ ଜାମିନ ଆବେଦନ କରିଥିଲେ । ସୂଚନାଯୋଗ୍ୟ ଯେ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀର ଅର୍ଥ ଅନିୟମିତତା ନେଇ ଚଳିତ ବର୍ଷ ଏପ୍ରିଲ ମାସରେ ଲୋଡିଂ ଏଜେନ୍ତ୍ରୀର ସଦସ୍ୟ କେନ୍ଦୁଝର ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ କେନ୍ଦୁଝର ସଦର ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାଟିକୁ ସିଆଇଡି- ସିବିକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଇଓଡବ୍ଲୁ ପଞ୍ଝାରେ ଫସିଥିଲେ ରାଜା ଚକ୍ର । କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀରେ କୋଟି କୋଟି ଟଙ୍କା ହେରଫେର ମାମଲାରେ ରାଜା ଚକ୍ରଙ୍କର ଅଡୁଆ ବଢ଼ି ବଢ଼ି ଚାଲିଥିଲା । ତାଙ୍କର ଗୋପାଳପୁର ଠାରେ ଥିବା ଫାର୍ମ ହାଉସ୍, ବିଭିନ୍ନ ସ୍ଥାନରେ ଥିବା କ୍ରସର୍ ଏବଂ ଅନ୍ୟ ସଂସ୍ଥାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ଫାର୍ମ ହାଉସରେ ଚଢ଼ାଉ ବେଳେ ଇଓଡବ୍ଲ୍ୟୁ ପାଥିଲା ସାଙ୍ଘାତିକ ତଥ୍ୟ । ସାଢେ ୩ ଏକର ଜମି ନିଜ ପତ୍ନୀଙ୍କ ନାଁରେ ରହିଥିବା ବେଳେ ବାବୁ ମାଡ଼ି ବସିଥିଲେ ପ୍ରାୟ ସାଢ଼େ ୭ ଏକରର ଜଙ୍ଗଲ ଜମି । ଏହାକୁ ସିଲ୍ କରିବା ସହ ବାଜ୍ୟାପ୍ତି କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା ଇଓଡବ୍ଲ୍ୟୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ