ଶାନ୍ତି ଶୃଙ୍ଖଳାର ସହ ଗଣେଶ ଭସାଣ ଉତ୍ସବ ଉଦଯାପିତ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ)ମୁନିଗୁଡାର ପାଇକସାହିସ୍ଥିତ ବିଜୁ ପଟ୍ଟନାୟକ ୟୁଥ କ୍ଳବ ତରଫରୁ ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଗଣେଶ ପୂଜା ଦୀର୍ଘ ୧୮ ଦିନ ପରେ ଭସାଣ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଉଦଯାପିତ ହୋଇଯାଇଛି l ଏହି ଭସାଣି ଉତ୍ସବରେ ଗାଡ଼ିରେ ଗଣେଶଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଇ ପାଇକସାହି ପୂଜା ମଣ୍ଡପରୁ ଏକ ବଡ଼ ପଟୁଆରରେ ବାହାର କରିବା ସହ ଲୋକଙ୍କ ମନୋରଞ୍ଜନ ତଥା ଆକର୍ଷଣ କରିବା ନିମନ୍ତେ ଛତିଶଗଡର ରାୟପୁରରୁ ସାହୁ ଡିଜେ ସହ ସୁପରଡୁପର ଲାଇଟସୋ ଏବଂ ବିଭିନ୍ନ ପ୍ରକାରର ରଙ୍ଗ ବେରଙ୍ଗ ଆତିସବାଜି କରାଯାଇଥିଲା l ଏଥିସହ ଆକାର୍ଷଣୀୟ ବାଦ୍ୟନୃତ୍ୟ ସାହାଯ୍ୟରେ ସହର ପରିକ୍ରମା କରାଯାଇଥିଲା l ଏହି ସହର ପରିକ୍ରମା ବେଳେ ପୂଜା କମିଟି ସହ ମୁନିଗୁଡାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶତାଧିକ ଯୁବଗୋଷ୍ଟି ଓ ଲୋକମାନେ ଏହି ଡିଜେର ତାଳେ ତାଳେ ନାଚ କରି ଏହାର ମଜା ଉଠାଇଥିଲେ l ଏହି ବିସର୍ଜନ ଉତ୍ସବ ଦେଖିବାକୁ ପୁରା ମୁନିଗୁଡା ସହରରେ ଜନଗହଳି ହୋଇଥିଲା l ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ପାଇଁ ମୁନିଗୁଡା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା l ଶେଷରେ ସମସ୍ତେ ଗଣେଶ ମୂର୍ତ୍ତିକୁ ମୁନିଗୁଡା ନିକଟସ୍ଥ ସିରିପୁର ପୋଖରୀରେ ରୀତିନୀତି ଅନୁଯାଇ ବିସର୍ଜନ କରାଯାଇଥିଲା l ଉକ୍ତ ବିସର୍ଜନ ଉତ୍ସବକୁ ପୂଜା କମିଟିର ଅଜିତ ନାୟକ, ରମାକାନ୍ତ ମାର୍ଥା,ବାବୁ ଅମିତ ପଟ୍ଟନାୟକ, ରିଣ୍ଟୁ ଚନ୍ଦନ ସାହୁ,ମୁକେଶ ମହାରଣା,ଚନ୍ଦନ ଦାସ,ଲୁଲୁ,ଅଭି, ମୋନୁ, ରାଜାରାମ ଗୋପାଲ, ଚାଣ୍ଟି,କବି ସାହୁ,ରାକେଶ ମହାରଣା,ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ କମିଟିର ଯୁବ ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l