ଗଣେଶ ୟୁଥ୍ କ୍ଲବର ଚକ୍ଷୁ ପରୀକ୍ଷା ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରା ଗଣେଶ ୟୁଥ୍ କ୍ଲବ୍ ସହଯୋଗରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ.ସୁଧାଶୁଂ ଶେଖର ନାୟକ ଉଦ୍‌ଘାଟନ କରି ଗଣେଶ ୟୁଥ୍ କ୍ଲବ୍ ସେବା ମନୋଭାବ ନେଇ କାର୍ଯ୍ୟ କରୁଥିବା ବେଳେ ଚକ୍ଷୁ ଓ ରକ୍ତଦାନ ପରି ଶିବିର ଆୟୋଜନ କରିବାର ସେବା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷା ରେବତୀ ନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଭଦ୍ରକ ପାଣିଗ୍ରାହୀ ଆଇ କେୟାର ପକ୍ଷରୁ ଅନୁଷ୍ଠିତ ଶିବିରରେ ୪୭ ଜଣ ବୟସ୍କ ବୃଦ୍ଧ ବୃଦ୍ଧା ଚକ୍ଷୁ ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ୧୩ ଜଣଙ୍କ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇ ଅସ୍ତ୍ରୋପଚାର କରାଯାଇଛି । ଡାକ୍ତର ସାନିଭା ପ୍ରିୟଦର୍ଶନୀ କର, ଶୁଭଲକ୍ଷ୍ମୀ ବାରିକ୍‌, ରଶ୍ମିତା ମୁର୍ମୁ, ବସନ୍ତ କର ପରୀକ୍ଷା କରିଥିଲେ । ଶିବିର ପରିଚାଳନାରେ କ୍ଲବର ରଶ୍ମିରଞ୍ଜନ ସେନାପତି, ଅମରେଶ ଖଣ୍ଡେଇ, ସଞ୍ଜିବ ଖଣ୍ଡେଇ, ଶଶିକାନ୍ତ ଜେନା, ସୁନିଲ୍ ସେନାପତି, ଓମ୍‌କାର ଖଣ୍ଡେଇ, ଶ୍ରୁତିପ୍ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ