ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ, ୩ ଗିରଫ

ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ସଫଳତା ମିଳିଛି. ଏକ ଆନ୍ଧ୍ର ନଂ ଥିବା ଅଟୋକୁ ସନ୍ଦେହରେ ପୋଲିସ ଅଟକାଇ ତଦନ୍ତ କରିବାରେ ସେଥିରେ ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜଣା ପଡିଥିଲା. ପୋଲିସ ଅଟୋ  ସହ ଗଞ୍ଜେଇକୁ ଜବତ କରିବା ସହ ଏହି ଘଟଣାରେ 3 ଜଣକୁ ଗିରଫ କରିଛନ୍ତି.ଗଜପତି ଜିଲ୍ଲାର ରା.ଉଦୟଗିରି ଥାନା ଏସ୍‌ଆଇ ଏସ୍ ହେମ୍ରମ୍ବଙ୍କ ତତ୍ତ୍ଵାବଧାନରେ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଏକ ବାଜାଜ ଅଟୋ ଏପି -30 ଟିଏ0494 ବିଶିଷ୍ଟ ଆନ୍ଧ୍ର ନଂ ଥିବା ଅଟୋକୁ ସନ୍ଦେହରେ ଅଟକାଇ ତଦନ୍ତ କରାଯାଇଥିଲା. ସନ୍ଦେହଜନକ ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ୧୨୩ କେଜି ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ତାବରଡ଼ା ଗ୍ରାମର ବିଜୟ ଲିମା(୩୧), ହିଜକିୟ ସିଂ(୨୬) ଓ ଫିଲିପ ସିଂ( ୩୨) ଙ୍କୁ ଗିରଫ କରାଯାଇଛି। ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରା.ଉଦୟଗିରି ଥାନା ଅଧିକାରୀ ଅଶ୍ୱିନୀ ଭିତ୍ରିୟା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଆନ୍ଧ୍ର ନଂ ଥିବା ଅଟୋ ଦ୍ୱାରା ଆନ୍ଧ୍ରକୁ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ