ଦଣ୍ଡନାଚ ଓ ପହ୍ଲଲାଦ ନାଟକକୁ ୟୁନେସ୍କୋ ବିଶ୍ୱ ଐତହ୍ୟ ମାନ୍ୟତା ପ୍ରଦାନ ପାଇଁ ଅଣ୍ଟା ଭିଡିଲା ଗଞ୍ଜାମ ପ୍ରଶାସନ
ଛତ୍ରପୁର,(ଓ୍ବାଇଏନଏସ) : ଗଞ୍ଜାମ ଜିଲା କଳା ଓ ସଂସ୍କୃତି ର ପରିଚୟ । ଦଣ୍ଡ ନାଚ ଓ ପ୍ରହ୍ଲଲାଦ ନାଟକ ୟୁନେସ୍କୋ ବିଶ୍ୱ ଐତହ୍ୟ ମାନ୍ୟତା ପ୍ରଦାନ କରିବା ନେଇ ଗଞ୍ଜାମ ପ୍ରଶାସନ ଅଂଟା ଭିଡିଛି । ଦେଶ ବିଦେଶରେ ଲୋକକଳା ଓ ଲୋକନୃତ୍ୟରେ ଗଞ୍ଜାମ ଜିଲାର ସ୍ୱତନ୍ତ୍ର ପରିଚୟ ରହିଛି । ଏପରିକି ଏହି ଲୋକନାଟକ ଦେଶ ବିଦେଶରେ ପରିବେଷଣ କରାଯାଇ ଗଞ୍ଜାମ ଜିଲା ପ୍ରଶଂସାର ପାତ୍ର ମଧ୍ୟ ହୋଇପାରିଛି । ଗଞ୍ଜାମ ଜିଲାର ଦଣ୍ଡନାଚ ଓ ପ୍ରହଲ୍ଲାଦ ନାଟକକୁ ଜାତୀୟ ସ୍ତରରେ ୟୁନେସ୍କୋ ମାନ୍ୟତା ପାଇଲେ ବିଶ୍ୱ ବିଦିତ ହୋଇପାରିବ । ଏହି ଅବସରରେ ଏହି ଦୁଇଟିକୁ କିପରି ୟୁନେସ୍କୋ ମାନ୍ୟତା ମିଳିବ ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ଭି.କୀର୍ତ୍ତି ଭାସନ ଅଧକ୍ଷ୍ୟତା କରିଥିଲେ । ଜିଲାରେ ପ୍ରାୟ ୬୨ ରୁ ଅଧିକା ଲୋକନାଟକ ରହିଥିବା ବେଳେ ଦଣ୍ଡନାଚ ଓ ପ୍ରହ୍ଲଲାଦ ନାଟକ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଦୁଇ ଲୋକକଳାକୁ ୟୁନେସ୍କୋ ମାନ୍ୟତା ମିଳିବା ନେଇ ପୂର୍ବରୁ ମଧ୍ୟ ବୈଠକ ହୋଇସାରିଥିବା ବେଳେ କମିଟି ମଧ୍ୟ ଗଠନ ହୋଇଥିବା ବୈଠକରେ ଆଲୋଚନା କରାଯାଇଥିଲା । ଆସନ୍ତା ୩୦ ତାରିଖ ମଧ୍ୟରେ ଦୁଇଟି ଲୋକକଳା ବିଷୟରେ ବିଭିନ୍ନ ତଥ୍ୟ କୁ ନେଇ ଏକ ଡକ୍ୟୁମେଟାଂରୀ ପ୍ରସ୍ତୁତ କରି ପ୍ରଦାନ କରିବାକୁ କୁହାଯାଇଛି । ଏହି ଡକ୍ୟୁମେଟାଂରୀ ଏକ ଏକ୍ସପୋର୍ଟ କମିଟିକୁ ପ୍ରଦାନ କରିବେ ବୋଲି ଜିଲାପାଳ କହିଥିଲେ । ପରେ ଏହା ଫାଇନାଲ କରାଯାଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିକଟକୁ ପଠାଯିବ । ବୈଠକରେ ବହୁ ବହୁ ସଂସ୍କୃତି ବିଶେଷଜ୍ଞ ଓ ଗବେଷକ ମାନେ ଯୋଗଦେଇ ଏହି ନୃତ୍ୟକୁ କିଏ ରଚନା କରିଥିଲେ, ଏହି ନୃତ୍ୟୁ ବିଷୟରେ ତାଳପତ୍ର ପୋଥିରେ ଥିବା ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବା କହିଥିଲେ । ଦଣ୍ଡନାଚ ପାଇଁ ସଂସ୍କୃତି ଗବେଷକ ବାୟା ମନୁ ଚର୍ଚ୍ଚି ଗବେଷଣା କରୁଥିବା ବେଳେ ପହ୍ଲଲାଦ ନାଟକକୁ ଡ.ଲମ୍ବୋଧର ପୃଷ୍ଟି ଗବେଷଣା କରୁଥିବା କୁହାଯାଇଛି । ପୂର୍ବରୁ ମୟୁରଭଞ୍ଜ ର ଛଉ ନୃତ୍ୟୁକୁ ୟୁନେସ୍କୋ ମାନ୍ୟତା ମିଳିସାରିଥିବା ବେଳେ ପୁରୀର ରଥଯାତ୍ରା ଓ କଟକର ବାଲି ଯାତ୍ରାକୁ ୟୁନେସ୍କୋ ମାନ୍ୟତା କେନ୍ଦ୍ରକୁ ଦଲିଲ ଦସ୍ତାବିଜ ପଠାସାରିଥିବା ବୈଠକରେ ଆଲୋଚନା ହୋଇଥିଲା । କିପରି ଜିଲାର ଏହି ଦୁଇ ନାଚକୁ ୟୁନେସ୍କୋ ମାନ୍ୟତା ମିଳିବ ସେନେଇ ଏକ ଭଲ ଡକୁମେଟାଂରୀ ପ୍ରସ୍ତୁତ କରିବାକୁ କୁହାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଅଦିତ୍ୟ ଆଚାର୍ଯ୍ୟ, ଅବସରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ରବିନାରାୟଣ ବେହେରା, ଆଚଂଳିକ ନିର୍ଦେଶକ ଉଚ୍ଚ ଶିକ୍ଷା ବିଭାଗ ସିଦ୍ଧାର୍ଥ ଶଙ୍କର ପାଢୀ, ଐତିହାସିକ ଗବେଷକ ଡ.ଅନନ୍ତରାମ କର, ଡ.ଲମ୍ବୋଧର ପାଣିଗ୍ରାହୀ,ସଂସ୍କୃତି ଗବେଷକ ବାୟା ମନୁ ଚର୍ଚ୍ଚି, ଡ.ଏ.ଆପା ରାଓ ପ୍ରମୁଖ ଉପସ୍ଥିତ ଥିଲେ ।


