କାଶୀ ବିଶ୍ୱବିଦ୍ୟାଳୟରେ ଗଞ୍ଜାମର ଚିତ୍ରଶିଳ୍ପୀ ଡ଼କ୍ଟର ସ୍ଥିତଧୀ ରଥ ସମ୍ମାନିତ

ବୁଗୁଡା, (ଅନୀଲ କୁମାର ମହାରଣା): ବନାରସ କାଶୀ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ ସମ୍ମାନିତ ହୋଇଛନ୍ତି। ବନାରସର କାଶୀ ବିଶ୍ୱବିଦ୍ୟାଳୟରେ ନଭେମ୍ବର ୭ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଚାଲିଥିବା ଜାତୀୟ ଶିଳ୍ପୀ କର୍ମଶାଳାରେ ଦେଶର ବିଭିନ୍ନ ରାଜ୍ୟରୁ ୩୫ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ । କାଶୀ ବିଶ୍ୱବିଦ୍ୟାଳୟର ଦୃଶ୍ୟକଳା ବିଭାଗ ତରଫରୁ ଆୟୋଜିତ ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲା ବୁଗୁଡା ସହରର ପ୍ରସିଦ୍ଧ ଚିତ୍ରଶିଳ୍ପୀ ଡ଼କ୍ଟର ସ୍ଥିତଧୀ ରଥ ନିମନ୍ତ୍ରିତ ହୋଇଯାଇଥିଲେ। ସେଠାରେ ଚିତ୍ରଶିଳ୍ପୀ କର୍ମଶାଳାରେ  “ଗଞ୍ଜାମ ଗୌରବ” ନାମକ ଚିତ୍ର ଆଙ୍କନ କରିଥିଲେ ଯାହା ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । କାଶୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ଵେତା ପ୍ରସାଦଙ୍କ ଦ୍ୱାରା ପଦକ ପ୍ରଦାନ ପୂର୍ବକ ଡକ୍ଟର ରଥଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଯୋଧ୍ୟା ରାମଲାଲାଙ୍କ ମୂର୍ତ୍ତିର ମୁଖ୍ୟ ଆକୃତିକାର ଡ଼କ୍ଟର ସୁନୀଲ ବିଶ୍ୱକର୍ମା ମଧ୍ୟ ଭାଗ ନେଇଥିବା ବେଳେ କାଶୀ କା ଆର୍ଟିଷ୍ଟ ଗ୍ରୁପ ର ନିର୍ଦେଶକ ଡ଼କ୍ଟର ଓଁ ପ୍ରକାଶ ଗୁପ୍ତା ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ