ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ “ସେବା ପକ୍ଷ” ଭାବେ ପାଳନ କରିବ ଗଞ୍ଜାମ ଜିଲ୍ଲା ବିଜେପି

ବ୍ରହ୍ମପୁର (ଓ୍ବାଇଏନଏସ) : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ପକ୍ଷରୁ “ସେବା ପକ୍ଷ” ପାଳନ ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ୍ ଠାରେ ପ୍ରସ୍ତୁତି ବୈଠକ ତଥା “ଜିଲ୍ଲାସ୍ତରୀୟ କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ଓଡ଼ିଶା ସରକାରଙ୍କ ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ରାଷ୍ଟ୍ରୀୟ ପରିଷଦ ସଭ୍ୟ କାହ୍ନୁ ଚରଣ ପତି,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ବୈଠକ ନେବା ସହିତ ଉପସ୍ଥିତ ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କ ସହିତ ସିଧାସଳଖ ଭାବରେ ଆଦାନପ୍ରଦାନ କରିଥିଲେ । “ସେବା ପକ୍ଷକୁ” ଉତ୍ସାହର ସହ ପାଳନ କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ୧୭ରୁ ୨ ଅକ୍ଟୋବର ଯାଏଁ ମଣ୍ଡଳରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଚାଲିବ । ସେବା କାର୍ଯ୍ୟ ଜିଲ୍ଲା ଏବଂ ମଣ୍ଡଳ ସ୍ତରରେ ସ୍ୱଚ୍ଛତା ଅଭିଯାନ, ମା’ ପାଇଁ ଗଛଟିଏ, ସ୍ଵାସ୍ଥ୍ୟ ଏବଂ ରକ୍ତଦାନ ଶିବିର କରାଯିବ ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ରରେ ନିଃଶୁଳ୍କ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ଉପରେ ଆଧାରିତ ପ୍ରଦର୍ଶନୀ କରାଯିବା ସହ ଫିଲ୍ମ ପ୍ରଦର୍ଶିତ ହେବ । ବିକଶିତ ଭାରତ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବା ସହିତ ୨୧ ସେପ୍ଟେମ୍ବରରେ “ମୋଦି ବିକାଶ ମାରାଥନ” କାର୍ଯ୍ୟକ୍ରମ ହେବ । ସେପ୍ଟେମ୍ସର ୨୫ରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଜୟନ୍ତୀ ପ୍ରତ୍ୟକ ମଣ୍ଡଳ ଏବଂ ବୁଥ୍ ସ୍ତରରେ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହ ସ୍ଥାନୀୟ ଉତ୍ପାଦ, ହସ୍ତଶିଳ୍ପ ଏବଂ ପାରମ୍ପରିକ ଶିଳ୍ପକୁ ନେଇ “ଭୋକାଲ ଫର ଲୋକାଲ” ର ପ୍ରଚାର ଏବଂ ଗାନ୍ଧୀ ଓ ସାସ୍ତ୍ରୀ ଜୟନ୍ତୀ ପାଳନ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ସୁରେଶ ପାଢ଼ୀ, ଆସ୍କା,ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ପ୍ରଶାନ୍ତ ନାୟକ,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଗଙ୍ଗାଧର ଶତପଥୀ,ପରେଶ ରଥ,ରଶ୍ମିରେଖା ମହାପାତ୍ର,ଜିଲ୍ଲା ସମ୍ପାଦକ ପଦ୍ମଚରଣ ସାହୁ,ରତ୍ନଗର୍ଭା ସରସ୍ୱତୀ ଦେବୀ,ନିବେଦିତା ପାଢ଼ୀ,ବାଳକୃଷ୍ଣ ସାମନ୍ତରା,ଏସ୍ ରାଣୀ,ପ୍ରଦୀପ ନାୟକ,ଶରତ ପଟ୍ଟନାୟକ,ବଦ୍ରି ନାୟକ,ରାଜେଶ କୁମାର ସାହୁ,ମହନ୍ତ ଚିନ୍ମୟାନନ୍ଦ ଦାସ,ଗୈାରୀ ସାମନ୍ତରା,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖଙ୍କ ସମେତ ଦଳର ସମସ୍ତ ମଣ୍ଡଳ ସଭାପତି ତଥା ସଂଯୋଜକ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟବାଦ ଅଭିଭାଷଣ ରଖି “ଜିଲ୍ଲା ସ୍ତରୀୟ କର୍ମଶାଳା” ସମାପ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ