୧୯୪ ଟି ଅଭିଯୋଗର ଶୁଣାଣି କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର (ଓ୍ବାଇଏନଏସ):  ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଓ  ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବିଭିନ୍ନ ଅଂଚଳର ଜନ ସାଧାରଣ ମାନେ ଏହି ଶୁଣାଣୀରେ ଯୋଗ ଦେଇ ସେମାନଙ୍କ ଅଭିଯୋଗ ଗୁଡିକ ଜିଲ୍ଲାପାଳଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନଙ୍କୁ ଭେଟି ଅବଗତ କରାଇଛନ୍ତି । ମୁଖ୍ୟତଃ  ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଭତ୍ତା,ସୁଭଦ୍ରା ଯୋଜନା,ପାନୀୟ ଜଳ ସମସ୍ୟା, ଆବାସ ଗୃହ ଯୋଗାଇବା, ରାସନ କାର୍ଡ ,ଭଳି ବିଭିନ୍ନ ଅଭିଯୋଗ ଗୁଡିକ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଉପସ୍ଥିତ ରହି ଆଜି  ୧୯୪ ଟି ଅଭିଯୋଗର ଶୁଣାଣୀ କରିଥିଲେ ।     ସେଥି ମଧ୍ୟରୁ  ୧୮୩ ଟି  ବ୍ୟକ୍ତିଗତ ଏବଂ  ୧୧ସାମୁହିକ ଅଭିଯୋଗ ରହିଛି । କେତେକ ଅଭିଯୋଗ ଗୁଡିକର ଆଶୁ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ଅଭିଯୋଗ ଗୁଡିକର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି, ଏହା ସହିତ ୧୪ଜଣ ଙ୍କୁ ରେଡକ୍ରସ ପାଣ୍ଠି ରୁ  ୯୫ହଜାର ୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଛି,   ଏହି ଅବସର ରେ ୩ ଜଣ ହିତାଧିକାରୀ ଙ୍କୁ ଟ୍ରାଇ ସାଇକେଲ ମଧ୍ୟ ଜିଲ୍ଲାପାଳ ଓ ଏସପି  ପ୍ରଦାନ କରିଥିଲେ,       ଅଭିଯୋଗ ଶୁଣାଣୀଏଣିକି ୱାଟ୍ସଅପ ମାଧ୍ୟମରେ ଘରେ ରହି ଲୋକେ ମାନେ ଅଭିଯୋଗ କରି ପାରିବେ, ତାହା ଆଗାମୀ ଦିନ ରେ ଜିଲ୍ଲା ରେ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେବା ସହିତ ଅଭିଯୋଗ କାର୍ଯ୍ୟକ୍ରମ ଗ୍ରାମ ପଂଚାୟତ ସ୍ତର ରେ ଚାଲୁ ରହିଛି, ଏହା  ସହ ଇ- ନିବେଦନ କାର୍ଯ୍ୟକ୍ରମ ଚାଲିଛି ବୋଲି ମଧ୍ୟ ଜିଲ୍ଲାପାଳ କହିଥିଲେ, ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର, ଗଞ୍ଜାମ ଜିଲ୍ଲାପରିଷଦ ର ପ୍ରାର ପ୍ରାପ୍ତ ସିଡିଓ ବିଜୟ କୁମାର ବେହେରା, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ