ଗଞ୍ଜାମ ଜିଲ୍ଲା ଦୌରାଜଜଙ୍କ ଦିଗପହଣ୍ଡି କୋର୍ଟ ଓ ଜେଲ ପରିଦର୍ଶନ

ଦିଗପହଣ୍ଡି(ଅଳକ ନାଥ ମିଶ୍ର)ଗଞ୍ଜାମ ଜିଲା ଦୌରାଜଜ ଡ. ଭାଗ୍ଯଲକ୍ଷ୍ମୀ ରଥ ଶୁକ୍ରବାର  ଦିଗପହଣ୍ଡି ଜେଏମଏଫସି କୋର୍ଟ ଓ ସବ ଜେଲ ପରିଦର୍ଶନ କରିଛନ୍ତି।ପୂର୍ବାହ୍ନରେ ସେ କୋର୍ଟ ହଲରେ ଉପସ୍ଥିତ ରହି ଜେଏମଏଫସି ନିଳିମା ଷଡ଼ଙ୍ଗୀଙ୍କ ସାକ୍ଷ୍ଯ ଗ୍ରହଣ ପ୍ରକ୍ରିୟା ଓ କୋର୍ଟ କାର୍ଯ୍ୟ ପରିଚାଳନା ଶୈଳୀ ନୀରିକ୍ଷଣ କରିଥିଲେ।ପରେ ଓକିଲ ସଂଘର ଅନୁରୋଧ କ୍ରମେ ସେ ସଂଘ କାର୍ଯ୍ଯାଳୟରେ ପହଞ୍ଚିବା ପରେ ଖେମୁଣ୍ଡିି ଓକିଲ ସଂଘ ପକ୍ଷରୁ ତାଙ୍କୁ  ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି ଅବସରରେ ଓକିଲ ସଂଘ ପକ୍ଷରୁ ପ୍ରଦତ୍ତ କୋଠାରେ ସବଜଜ୍ କୋର୍ଟ ଅବିଳମ୍ବେ ଖୋଲିବା ବିଷୟ ଉପରେ ସଦସ୍ୟ ବୃନ୍ଦ ତାଙ୍କ ସହ ସବିଶେଷ ଆଲୋଚନା କରିଥିଲେ।ଏହି ଆଲୋଚନା ସମୟରେ ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ, ଉପସଭାପତି ସନ୍ତୋଷ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ନାୟକ, ପ୍ରାକ୍ତନ ସଭାପତି ହରପ୍ରସାଦ ରଥ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାହୁ, ଚନ୍ଦ୍ରଧ୍ବଜ ସିଂହ, ପରେଶ ଚନ୍ଦ୍ର ରଥ, କୁରେଶୁ ପଣ୍ଡା, ସିମାଞ୍ଚଳ ପ୍ରଧାନ, ମନୋରଞ୍ଜନ ପଣ୍ଡା ପ୍ରମୁଖ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।ଏହାପରେ ଜିଲା ଜଜ ଦିଗପହଣ୍ଡି ସବଜେଲ୍ ପରିଦର୍ଶନ କରିବା ସହ ଦିଗପହଣ୍ଡି କୋର୍ଟର ନିର୍ମାଣାଧୀନ  ନୂତନ  କୋଠା ସ୍ଥଳକୁ ଯାଇ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ. କାର୍ତ୍ତିକେଶ୍ବର ପ୍ରଧାନଙ୍କ ଉପସ୍ଥିତିରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି  ଅନୁଧ୍ୟାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ