ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ନୂତନ ଅଧିକାରୀଙ୍କ ଯୋଗଦାନ

ଛତ୍ରପୁର (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ସୌରଭ ପ୍ରଧାନ ବୁଧବାର ଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜର ଯୋଗଦାନ ପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ସେ ୨୦୧୬ ମସିହାର ଓଡିଶା ସୂଚନା ସେବାର ଅଧିକାରୀ ଅଟନ୍ତି । ଶ୍ରମତୀ ରଶ୍ମିରାଣୀ ନିମାକା ଶ୍ରୀ ପ୍ରଧାନଙ୍କୁ ଦାୟିତ୍ବ ଅର୍ପଣ କରିଥିଲେ । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଶ୍ରୀ ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ