ଗଞ୍ଜାମ ଜିଲ୍ଲାପାଳଙ୍କ ଗୁଣ୍ଠପଡା ସୋସାଇଟି ପରିଦର୍ଶନ
ଆସିକା (ୱାଇଏନ୍ଏସ୍) : ଖରିଫ୍ ଧାନକିଣା ପ୍ରକ୍ରିୟା ପାଇଁ ଗତ ଜୁଲାଇ ମାସ ୧୯ ତାରିଖ ଠାରୁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଆସାରିଛି । ସରକାରୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଅଞ୍ଚଳର ଚାଷୀମାନେ ଯେପରି ସରକାରୀ ନିର୍ଦ୍ଧାରିତ ଦରରେ କୌଣସି ସମସ୍ୟାର ସମ୍ମୁଖୀନ ନହୋଇ ଯେପରି ପ୍ରାଥମିକ ସେବା ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକରେ ନିଜ ନାମ ପଞ୍ଜିକରଣ କରିପାରିବେ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳୁଛି । ଆଗାମୀ ଖରିଫ୍ ଋତୁରେ କେବଳ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାର ଧାନ ସଂଗ୍ରହ କରିବେ । ଧାନବିକ୍ରୀ ପାଇଁ ୨୦୨୫-୨୬ ଖରିଫ୍ ଋତୁ ସକାଶେ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଆସିକାରେ ଜାରି ରହିଛି । ରାଜ୍ୟ ସରକାର ଇନ୍ପୁଟ୍ ସହାୟତା ମିଶାଇ ଚାଷୀ ଖରିଫ୍ ଓ ରବି ଋତୁରେ ଧାନର କୁଇଣ୍ଟାଲ ପିଚ୍ଛା ମୂଲ୍ୟ ୩୧୦୦ ଟଙ୍କା ପାଉଛି । ଆସିକା ବ୍ଳକ ଓ ଏନ୍ଏସି ଅଧୀନସ୍ଥ ଅଞ୍ଚଳର ସରକାରଙ୍କ ଦ୍ୱାରା ମନୋନୀତ ହୋଇଥିବା ପ୍ରାଥମିକ ସେବା ସମବାୟ ସମିତି ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମ ଜରିଆରେ ଚାଷୀ ପଞ୍ଜିକରଣ ସଂପୁର୍ଣ୍ଣ ନୂତନ ମାର୍ଗଦର୍ଶିକା ଅନୁଯାୟୀ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ୍ ଆସିକା ଗସ୍ତରେ ଆସି ଗୁଣ୍ଠପଡା ସେବା ସମବାୟ ସମିତିକୁ ପରିଦର୍ଶନ କରି ଚାଷୀ ପଞ୍ଜିକରଣ କାର୍ଯ୍ୟର ଅଗ୍ରଗତି ଓ ସମୀକ୍ଷା କରିବା ସାଙ୍ଗକୁ ଚାଷୀ ସମାଜର କଲ୍ୟାଣ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଯୋଜନା ଗୁଡିକର ସଫଳ ରୂପାୟନ ସକାଶେ ଉପସ୍ଥିତ ଥିବା ଚାଷୀମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପ।।ଳ ଭି.କିର୍ତ୍ତୀ ଭାସନ୍ ଗୁଣ୍ଠପଡା ସେବା ସମବାୟ ସମିତିରେ ଚାଷୀମାନଙ୍କ ସହ ସିଧାସଳଖ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିବା ସାଙ୍ଗକୁ ସାର, ବିହନ କିପରି ମିଳୁଛି ସେ ସଂପର୍କରେ ପଚାରି ବୁଝିଥିଲେ । ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ୍ଙ୍କ ଗୁଣ୍ଠପଡା ସେବା ସମବାୟ ସମିତିକୁ ପରିଦର୍ଶନ ସମୟରେ ସ୍ଥାନୀୟ ତହସିଲଦାର ସଙ୍ଗୀତା ସେଣ, ସମବାୟ ସମିତି ସମୂହ ଆସିକାର ସମବାୟ ନିରୀକ୍ଷକ ବିନତା ନାହାକ, ଗୁଣ୍ଠପଡା ସେବା ସମବାୟ ସମିତିର ସଂପାଦକ ସତ୍ୟନାରାୟଣ ନାହାକ, ଡିଇଓ ଶତୃଘ୍ନ ଜେନା, ଗୁଣ୍ଠପଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ନାରାୟଣ ସ୍ୱାଇଁ, ଅଗ୍ରଣୀ ଚାଷୀ ରାମ ସାହୁ, ଦୁତିକୃଷ୍ଣ ସ୍ୱାଇଁ, ଗୋପାଳ ବିଷୋୟୀ, ମନୋଜ ବାଡତ୍ୟାଙ୍କ ସମେତ ବହୁ ଚାଷୀ ଓ ସଚେତନ ନାଗରିକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।