ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ବ୍ରହ୍ମପୁର,(ୱାଇଏନଏସ): ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁର ଉନ୍ନୟନ କତୃପକ୍ଷ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ଗୃହର ଉଦ୍ଘାଟନ କରାଯାଇଛି, ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ , ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ , ଦକ୍ଷିଣାଞ୍ଚଳ ଆଇ ଜି ନିତି ଶେଖର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ସର୍ବଣା ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ସୁଶ୍ରୀ ଏ ସସ୍ୟ ରେଡ୍ଡୀ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ଉପସ୍ଥିତ ରହିଥିଲେ। ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ଜିଲ୍ଲା ପ୍ରଶାସନ ତରଫରୁ ଲକ୍ଷ୍ୟ ନିକେତନ କାର୍ଯ୍ୟକ୍ରମ ମାଧ୍ୟମରେ ସିଭିଲ ସର୍ଭିସ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି, ଜାନୁଆରୀ ମାସରେ ଆୟୋଜିତ ହୋଇଥିବା ପରୀକ୍ଷାରେ ପ୍ରାୟ ୭୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୦ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେଥିମଧ୍ୟରୁ ବ୍ରହ୍ମପୁରର ୭୦ଜଣ ପରୀକ୍ଷାର୍ଥୀ ଆଜି ଉପସ୍ଥିତ ରହିଥିଲେ, ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି l ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବ୍ୟତୀତ ଛତ୍ରପୁର ଓ ଭଞ୍ଜନଗର ଠାରେ ମଧ୍ୟ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରାଯିବ, ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି। ଗଞ୍ଜାମ ଜିଲ୍ଲାର ଯୁବକ ଓ ଯୁବତୀଙ୍କୁ ଭାରତୀୟ ପ୍ରଶାସନିକ ସେବା,ଓଡ଼ିଶା ପ୍ରଶାସନିକ ସେବା ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ, ଦିଲ୍ଲୀରେ ଅବସ୍ଥିତ ସାରଥି ଆଇ ଏ ଏସ କୋଚିଙ୍ଗ ସେଣ୍ଟରର ଅଧ୍ୟାପକମାନେ ଅନଲାଇନ ଓ ସିଧା ପ୍ରସାରଣ ମାଧ୍ୟମରେ ଏବଂ ଗଞ୍ଜାମ ଜିଲ୍ଲାର ଆଇ ଏ ଏସ ଏବଂ ଓ ଏ ଏସ ଅଧିକାରୀମାନେ ନିଜେ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିବେ, ଏହି ଠାରେ ପରୀକ୍ଷାର୍ଥୀମାନଙ୍କ ପାଇଁ ପାଠାଗାର ର ମଧ୍ୟ ସୁବିଧା ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ