ଶ୍ରମିକଙ୍କ ନାର୍ଯ୍ୟ ଦାବୀ ନେଇ ଆନ୍ଦୋଳନକୁ ଓଲ୍ହାଇଲା ଗଞ୍ଜାମ ଅପରେଟର ଏଣ୍ଡ ଡ୍ରାଇଭର ମଜଦୂର ସଂଘ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦର ରେ ସ୍ୱୀକୃତି ପ୍ରାପ୍ତ ଭେଣ୍ଡର ଏବଂ କଣ୍ଟାକ୍ଟର ମାନଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବାଅପରେଟର,ଡ୍ରାଇଭର ଓ ଅନ୍ୟାନ୍ୟ ଶ୍ରମିକ ମାନେ   ବିଭିନ୍ନ ଦାବୀ ନେଇ ଗଞ୍ଜାମ ଅପରେଟର ଏଣ୍ଡ ଡ୍ରାଇଭର ମଜଦୁର ସଂଘ ର ମାଧ୍ୟମରେ ଆନ୍ଦୋଳନ କୁ ଓଲ୍ହାଇଛନ୍ତି l ସେମାନଙ୍କ ଆଇନଗତ ନାର୍ଯ୍ୟଦାବୀ ଗୁଡିକ ପୂରଣ ହେଉ ନାହିଁ l ଏନେଇ ସେମାନେ ମଙ୍ଗଳଵାର ଗୋପାଳପୁର ବନ୍ଦର ର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି l ସରକାରୀ ନିୟମ ଅନୁସାରେ ପ୍ରତ୍ୟେକ ଶ୍ରମିକଙ୍କୁ ସେମାନଙ୍କ ହକ ମିଳିବା ଦରକାର l  ଏଠାରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳିଛି l ଶ୍ରମ ଆଇନ ଉଲ୍ଲଘଂନ ବନ୍ଦ କରାଯାଉ l  ସମାନ କାମ କୁ ଦରମା, ଶ୍ରମିକ ମାନଂକୁ ପାନୀୟଜଳ, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇବା ଏବଂ  ସଠିକ ଭାବେ  ପିଏଫ ଓ ଇକ୍ରିମେଣ୍ଟ ନିୟମିତ ଭାବେ ପ୍ରଦାନ କରିବା ନିମନ୍ତେ ସଂଘ ପକ୍ଷରୁ ଦାବୀ କରାଯାଇଛି l ନଚେତ ଦାବୀ ପୂରଣ ନ ହେଲା ପର୍ଯ୍ୟନ୍ତ  ଏପରି ଆନ୍ଦୋଳନ ଚାଲୁରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି l  ଗଞ୍ଜାମ ଅପରେଟର ଏଣ୍ଡ ଡ୍ରାଇଭର ମଜଦୁର ସଂଘ ର ସଭାପତି ଏସ. କ୍ରିଷ୍ଣା ରେଡ୍ଡୀ, ଉପସଭାପତି ଏସ. ପ୍ରଭାକର ରେଡ୍ଡୀ, ସାଧାରଣ ସମ୍ପାଦକ କାଁହୁ ଚରଣ ନାହାକ, ଆସିଷ୍ଟାଣ୍ଡ ସେକ୍ରେଟାରୀ ପି. ଭେଙ୍କଟ ରେଡ୍ଡୀ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ଓ ଆଇନ ପରାମର୍ଶ ଦାତା ଜ୍ୟୋତି ରଞ୍ଜନ ମିଶ୍ର ଙ୍କ ସମେତ ସଂଘ ର ଶତାଧିକ ସଭ୍ୟ ମାନେ ହାତରେ ଫ୍ଲାଗକାର୍ଡ ଧରି  ଆନ୍ଦୋଳନ ରେ ସାମିଲ ହୋଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ