ଅପରେସନ ସାଇବର କବଚରେ ଗଞ୍ଜାମଜିଲାକୁ ମିଳିଛି ବଡ ସଫଳତା: ୬ ଗିରଫ
ଛତ୍ରପୁର(ଓ୍ବାଇଏନଏସ) : ସାଇବର ଅପରାଧି ଉପରେ ଲଗାମ ଲଗାଇବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ସାଇବର କବଚ । ଏହି ଅବସରରେ ଗଞ୍ଜାମ ପୋଲିସ ଜିଲାକୁ ମିଳିଛି ବଡ ସଫଳତା । ଗୋଟିଏ ଦିନରେ ୮୬ଟି ବେନାମୀ ବ୍ୟାଙ୍କ ଆକଉଂଟ (ମ୍ୟୁଲ ଆକଉଂଟ) ଚିହ୍ନଟ ହୋଇଥିବା ବେଳେ ୧୧ଟି ମାମଲା ରୁଜୁ ହେବାସହ ୧୧ ଜଣକୁ ଆଇନଗତ ନୋଟିସ ଜାରି କରାଯିବା ସହ ୬ଜଣ ଗିରଫ । ହିଞ୍ଜିଳି ଥାନା ପକ୍ଷରୁ ୪ ଜଣ ପିଣ୍ଟୁ ଦାସ, ବାୟା ଦାସ, ରାଜେଶ ପାତ୍ର ଓ ସରୋଜ ପାତ୍ର ସେହିପରି ବୁଗୁଡା ଥାନା ପକ୍ଷରୁ ୨ ଜଣ ଗିରଫ । ମନୋଜ ସ୍ୱାଇଁ ଓ ଅଶ୍ୱିନୀ କୁମାର ରାଉତ ଉଭୟ ଙ୍କ ଘର ଆସିକା ଥାନା ଅଂଚଳର | ୩୨ ଲକ୍ଷ ୫୯ ହଜାର ୯୫୬ ଟଙ୍କା ସିଜ । ଏହି ସବୁ ବେନାମୀ ବ୍ୟାଙ୍କ ଆକଉଂଟରେ ୮କୋଟି ୭୮ ଲକ୍ଷ ୭୩ ହଜାର ୮୧୪ ଟଙ୍କା କାରବାର ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ସୁଭେନ୍ଦୁ କୁମାର ପାତ୍ର । ଗିରଫ ବ୍ୟକ୍ତି ମାନଙ୍କ ଠାରୁ ଫୋନ ସମେତ ବିଭିନ୍ନ ବ୍ୟାଙ୍କର ପାସବୁକକୁ ଜବତ କରିଛି ପୋଲିସ । ଏବେବି ଏହାର ତଦନ୍ତ ଜାରି ରହିଛି । ଜିଲାରେ ବହୁ ମାତ୍ରରେ ବେନାମୀ ବ୍ୟାଙ୍କ ଆକଉଂଟ (ମ୍ୟୁଲ ଆକଉଂଟ) ଖାତା ଖୋଲାଯାଇ ବେଆଇନ ଭାବେ ଟଙ୍କାକାରବାର କରାଯାଉଛି । ତେବେ ଏହି ଏହି ସବୁ ମୁୂଲ ଆକାଏଂଟର ଚେର କେଉଁ କେଉଁ ଯାଏଁ ଲମ୍ବିଛି ଓ କେଉଁ ସାଇବର ଅପରାଧି ପାଇଁ ଏସବୁ ଆକଉଂଟକୁ ବ୍ୟବହାର କରାଯାଇଛି ସେ ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ବିଶେଷକରି ସାଇବର ଅପରାଧିମାନେ ଅନଲାଇନ ଠକେଇ, ନିବେଶ ଏବଂ ଟ୍ରେଡିଂ ଠକେଇ, ଡିଜିଟାଲ ଆରେଷ୍ଟ , ଲୋଭନୀୟ ଅଫର,ନକଲି ପରିଚୟ ,ଏଟିଏମ ଠକେଇ କରି ବିଭିନ୍ନ ଉପାୟରେ ଲୋକଙ୍କୁ ଠକିଦେଇଥାନ୍ତି ସାଇବର ଅପରାଧି । ସାଇବର ଲୁଟେରା ମାନେ ପ୍ରଥମେ ଲୋଭ ଦେଖାଇ ଆଶା ବିଶ୍ୱାସ ଜମାଇ ସରଳ ଉପାୟରେ ଓଟିପି କିମ୍ବା ପାସୱାର୍ଡ ମାଗି ଆକାଉଂଟ ହ୍ୟାକ କରି ଟଙ୍କା ହଡପ କରିଦେଇଥାନ୍ତି । ତେଣୁ ଏହିସବୁକୁ ଦୁରେଇ ରହିବାକୁ ପୋଲିସ ପକ୍ଷରୁ ଜନସାଧାରଣମାନଙ୍କୁ ଅନୁରୋଧ କରାଯାଇଛି । ସାଇବର ଅପରାଧି ବର୍ତମାନ ସମାଜ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି । ଏହା କେବଳ ଜନସେଚତନା ହିଁ ରୋକିବାରେ ସଫଳ ହେବ । ଯଦି କୈାଣସି ଲୋକ ସାଇବର ଠକେଇର ଶିକାର ହୁଅନ୍ତି ତୁରନ୍ତ ହେଲ୍ପଲାଇନ ନଂ ୧୯୩୦କୁ ଅବଗତ କରାଇବାକୁ କୁହାଯାଇଛି ।


