ଗଂଜାମ ପୋଲିସ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନିର୍ବାଚନ ଫଳାଫଳ ଘୋଷଣା: ସଭାପତି ହେଲେ ଗୋରାଚାନ୍ଦ ତ୍ରିପାଠୀ ଏବଂ ସମ୍ପାଦକ ସୁବାଷ ସେଠି

 ଛତ୍ରପୁର, (ଓ୍ବାଇଏନଏସ): ଗଂଜାମ ପୋଲିସ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ର ଆଜି ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନ ରେ ଗୋରାଚାନ୍ଦ ତ୍ରିପାଠୀ ଓ ସୁବାଷ ସେଠି ଙ୍କ ଟିମ ବାଜିମାତ ମାରିଛନ୍ତି  । ଅଭିମନ୍ୟୁ ଜାଲି ଙ୍କୁ ହରାଇ ଗୋରାଚାନ୍ଦ ତ୍ରିପାଠୀ ପୁଣି ସଭାପତି ଭାବେ ବିଜୟୀ ହାସଲ କରିଛନ୍ତି । ସେହିପରି ଉପସଭାପତି ପଦଵୀ ନିମନ୍ତେ ଡି. ରମେଶ  ରେଡ୍ଡୀ ଙ୍କୁ ହରାଇ ଜି. ଗଣେଷ ରାଓ   ବିଜୟୀ ହୋଇଛନ୍ତି। ନରେନ୍ଦ୍ର ସାହୁଙ୍କୁ   ହରାଇ ପୁଣି ସମ୍ପାଦକ ଭାବେ ସୁବାଷ ଚନ୍ଦ୍ର  ସେଠି  ବିଜୟୀ ହାସଲ କରିଛନ୍ତି । କୋଷାଧ୍ୟାକ୍ଷ ଭାବେ ସନ୍ତୋଷ କୁମାର ପାଣିଗ୍ରାହୀ ନିର୍ଦ୍ବନ୍ଦ  ନିର୍ବାଚିତ ହୋଇଛନ୍ତି। ଏହା ସହିତ  ଯୁଗ୍ମ ସମ୍ପାଦକ -୧  ଭାବେ ହେମନ୍ତ କୁମାର  , ଯୁଗ୍ମ  ସମ୍ପାଦକ -୨ ଭାବେ  ସନ୍ତୋଷ କୁମାର ନାୟକ ବିଜୟୀ ହାସଲ କରିଛନ୍ତି ।  କାର୍ଯ୍ୟ ନିର୍ବାହୀ ସଭ୍ୟ ଭାବେ ଦିଲ୍ଲୀପ କୁମାର ଶବର, ମନୋଜ କୁମାର ରଥ, ଏସ. ପ୍ରହ୍ଲାଦ ରେଡ୍ଡୀ, ମନସ୍ବିନୀ ନାୟକ ଓ ତପନ କୁମାର ନାୟକ ନିର୍ବାଚନ ରେ ବିଜୟୀ ହୋଇଛନ୍ତି l  ୩୦ ଟି ସ୍ଥାନ ରେ ଭୋଟ ମତଦାନ କେନ୍ଦ୍ର ରହିଥିଲା l  ୭୧୨ ଜଣ ସଭ୍ୟ ରୁ ୬୯୬ ଜଣ ମତଦାନ  କରିଥିଲେ l ଆଜି ଗଣତି ଓ ଫଳାଫଳ ଘୋଷଣା ହୋଇଥିଲା l  ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଏସପି ରବିକାନ୍ତ ସୁନା,  ଅତିରିକ୍ତ ନିର୍ବାଚନ ଅଧିକାରୀ ଡ଼ିଏସପି ଗିରିଜା ନନ୍ଦନ ପଟ୍ଟନାୟକ ଏବଂ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ କାଳୁ ଚରଣ ବେହେରା ବିଭିନ୍ନ ଦାୟିତ୍ୱ ରେ ତୁଲାଇଥିଲେ l ସୂଚନା ଯୋଗ୍ୟ ଯେ ସଂଘର ବିଭିନ୍ନ କର୍ମକର୍ତା ନିର୍ବାଚନ ନିମନ୍ତେ ଫେବୃଆରୀ ୯ ଓ ୧୦ ଦୁଇ ଦିନ ଧରି  ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏଥି ନିମନ୍ତେ ଫେବୃଆରୀ ୧୭ ରେ ମତଦାନ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ