ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ, କେନ୍ଦୁଝର ତରଫରୁ ରକ୍ଷାବନ୍ଧନ ଉସôବ ପାଳିତ ହୋଇଯାଇଛି । କେନ୍ଦୁଝର ଗସ୍ତରେ ଥିବା ଗୃହନିର୍ମାଣ,ନଗର ଉନ୍ନୟନ ଓ ସାଧାରଣ ଉଦ୍ୟେଗ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବ୍ରହ୍ମାକୁମାରୀ ବିନ୍ଦୁ ଭଉଣୀ ରାକ୍ଷୀ ବାନ୍ଧିଥିଲେ । ତାଙ୍କ ସହିତ ତେଲକୋଇ ବିଧାୟକ ଡ଼ ଫକୀର ମୋହନ ନାଏକ,ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ନଗରପାଳ ନିକୁ ସାହୁ,ଜିଲ୍ଲାପାଳ ବିଶାଲ ସିଂ,ଅତିରିକ୍ତ ଜିଲ୍ଲାପାଳ,ପ୍ରକଳ୍ପ ନିଦେ୍ର୍ଦଶକ,ନଗର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା । ସେବାକେନ୍ଦ୍ରର ବ୍ରହ୍ମାକୁମାରୀ ଭଉଣୀମାନେ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ,ବ୍ୟାଙ୍କ କର୍ମଚାରୀ ଓ ପରିଚାଳକ,ଜିଲ୍ଲା ମୁଖ୍ୟ ଚିକିସôାଳୟ,ଜିଲ୍ଲା କାରାଗାରର କର୍ମଚାରୀ ଓ ଅନ୍ତେବାସୀମାନଙ୍କୁ ରାକ୍ଷୀ ବନ୍ଧା ଯାଇଥିଲା । ପୁରୁଣାବଜାରସ୍ଥିତ ନୂତନ ଭବନ ସୁଖଶାନ୍ତି ସରୋବରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଂଶପାଳ ତହସିଲଦାର ବିକାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଓ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦୁଝର ସେବାକେନ୍ଦ୍ର ତଥା ସଂଲଗ୍ନ ଶାଖାକେନ୍ଦ୍ର ମାନଙ୍କରୁ ବ୍ରହ୍ମାକୁମାର ଭାଇ ଭଉଣୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ପ୍ରାୟ ୪୫୦ ଜଣ ଯୋଗ ଦେଇଥିଲେ । ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାର ବିନ୍ଦୁ ରାକ୍ଷୀ ବନ୍ଧନର ମହତ୍ୱ ବିଷୟରେ ଆଲୋଚନା କରିଥିଲେ । ପରସ୍ପର ପ୍ରତି ଭାଇଭଉଣୀର ଭାବନା ରଖିବାକୁ ପରାମର୍ଶ ଦେଇଥିଲେ । ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆମନ୍ତ୍ରଣ କ୍ରମେ ଗାଡି ଚାଳକମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ସଡକ ସୁରକ୍ଷା ନିୟମ ମାନିବା ପାଇଁ ପରାମର୍ଶ ଦେଇଥିଲେ । ବ୍ରହ୍ମାକୁମାରୀ ବିନ୍ଦୁଙ୍କ ତତ୍ତ୍ୱାବଧାନରେ ସହ ସଂଚାଳିକା ବ୍ରହ୍ମାକୁମାରୀ ପ୍ରତିଭା,ନରଣପୁର ଉପସେବା କେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ମିନତି,ବ୍ରହ୍ମାକୁମାରୀ ମିକୁ,ବିନତା,ପ୍ରିୟଙ୍କା,ଶକୁନ୍ତଳା,ଟୁନି,ସରୋଜିନୀ,ସ୍ୱାତୀ ଓ ବ୍ରହ୍ମାକୁମାର ସତ୍ୟ,ଅକ୍ଷୟ, ଘନଶ୍ୟାମ,ରଥ,ଲୋକନାଥ,ଝରିଲାଲ,ପୀତବାସ,ସୁମନ୍ତ,କ୍ଷୀରୋଦ,ବିଜୟ,କୃତିବାସ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।