ହାଟଡ଼ିହି କଲେଜରେ ରକ୍ଷାବନ୍ଧନ ଉତ୍ସବ

ହାଟଡ଼ିହି(ପାର୍ଥ ସୌରଭ ସା): ହାଟଡ଼ିହି କଲେଜରେ ଆମ ଓଡ଼ିଶା ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଆମ ଓଡ଼ିଶାର  ବ୍ଲକ ସଂଯୋଜକ  କିଶୋର ଆଚାର୍ଯ୍ୟଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାହିତ୍ୟଘରର ସଭାପତି ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ରତ୍ନାକର ଦାସ, ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି କାମପାଳ ନାୟକ, ବରିଷ୍ଠ ଶିଶୁ ସାହିତ୍ୟିକା ବିଦ୍ୟୁତ ପ୍ରଭା ଦେଓ, ସାହିତ୍ୟ ଘରର ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ,  ବଉଳା ସାହିତ୍ୟ ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା, ସାହିତ୍ୟ ଘରର ଉପଦେଷ୍ଟା  ଅମୂଲ୍ୟ ମିଶ୍ର, ବିଶିଷ୍ଟ ସାହିତ୍ୟିକ ଆନନ୍ଦ ଚନ୍ଦ୍ର ଓଝା, ଇଞ୍ଜିନିୟର ନରେନ୍ଦ୍ର ନାୟକ, ଜନ୍ମେଜୟ ଓଝା ବରିଷ୍ଠ ଅଧ୍ୟାପକ ବିଜୟ କୁମାର ନାୟକ  ପ୍ରମୁଖ ଯୋଗଦେଇ  ରକ୍ଷା ବନ୍ଧନ ସମ୍ପର୍କରେ ନିଜ ନିଜର ମତ ଓ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କଲେଜ ପରିସରରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ସାହିତ୍ୟିକ ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିଲେ। ଏଥିରେ ହାଟଡ଼ିହି କଲେଜର ଛାତ୍ରଛାତ୍ରୀ ଓ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଯୋଗଦେଇଥିଲେ।  ଉପ ସଭାପତି ନିତ୍ୟାନନ୍ଦ ବେହେରା, ସହ ସମ୍ପାଦକ ନାରାୟଣ ସାହୁ, ମୁରଲୀଧର ବେହେରା, ରାଜୀବ  ସାହୁ, ଅନନ୍ତ ଚରଣ ମୁଦୁଲି, ସରଳା ମହାପାତ୍ର, ଶୁଭଦ୍ରା ସ୍ୱାଇଁ, ସାମ୍ବାଦିକ ପାର୍ଥ ସୌରଭ ସା, ବିକାଶ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ