ବଞ୍ଚୋ ଛକରୁ ଗ୍ୟାସ ସିଲିଣ୍ଡର ଚୋରୀ

ହାଟଡିହି (ଓ୍ବାଇଏନଏସ):  ବର୍ତମାନ ସମୟରେ ଇନ୍ଧନ ଗ୍ୟାସର ଘୋର ଅଭାବ ଦେଖାଦେଇଥିବା ବେଳେ ଗ୍ୟାସ ଟାଙ୍କି ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ବଞ୍ଚୋ ଛକରେ ରହୁଥିବା ମାର୍କଣ୍ଡ ଚରଣ ଓଝାଙ୍କ ଘରୁ ଗ୍ୟାସ ସିଲିଣ୍ଡର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଘରେ ତିନୋଟି ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ କେହି ଦୁର୍ବୁତ୍ତ ଘର ପଛପଟ ଦେଇ ବାଡ଼ି ଭିତରକୁ ପସି ତିନୋଟି ଗ୍ୟାସ ଟାଙ୍କି ଉଠାଇ ନେଇଛି। ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ ହେବା ପରେ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସି ସି ଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି। ଗତ କିଛିଦିନ ତଳେ ଛେନପଦି ଗାଁ ର ଦେବେନ୍ଦ୍ର ସା ଙ୍କ ପୁଅର ବିବାହ ଉତ୍ସବ ରାତିରେ କେହି ଦୁର୍ବୁତ୍ତ ୪ଟି ଗ୍ୟାସ ସିଲିଣ୍ଡର ଚୋରୀ ଚୋରୀ କରି ନେଇଥିଲେ। ହାଟଡିହି ବ୍ଲକର ଅନେକ ସ୍ଥାନରେ ଏପରି ଚୋରୀ ହେଉଥିବା ଅଭିଯୋଗ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ