ଫାଷ୍ଟ ଫୁଡ ଦୋକାନରୁ ଗ୍ୟାସ ଟାଙ୍କି ଓ ଫ୍ରିଜ ଚୋରି
ହାଟଡିହି (ଓ୍ବାଇଏନଏସ): ଶାଳଣିଆଁ ମେଡିକାଲ ନିକଟରେ ଥିବା ଏକ ଫାଷ୍ଟ ଫୁଡ ଦୋକାନରୁ ଗ୍ୟାସ ସିଲିଣ୍ଡର ଓ ଫ୍ରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବିଷ୍ଣୁପୁର ଗ୍ରାମର ଅଶ୍ୱିନୀ ସ୍ୱାଇଁ ଗତକାଲି ରାତିରେ ଦୋକାନ ବନ୍ଦ କରି ଯିବାପରେ ବିଳମ୍ବିତ ରାତିରେ କେହି ଦୁର୍ବୁତ ଦୋକାନ ତାଲା ଭାଙ୍ଗି ଦୋକାନ ଭିତରୁ ତିନୋଟି ଗ୍ୟାସ ସିଲିଣ୍ଡର ଓ ଗୋଟିଏ ଫ୍ରିଜ ଚୋରି କରି ନେଇଛନ୍ତି। ଦୋକାନ ମାଲିକ ଆଜି ଏ ବାବଦରେ ଜାଣିବା ପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ନନ୍ଦିପଦା ଥାନା ଏଏସଆଇ ସୁଷମା ସୁନ୍ଦରୀ ସେଠୀ ଶାଳଣିଆଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।


