କାନପୁର ଗ୍ରାମରେ ଗ୍ୟାସ୍ ଟାଙ୍କି ଚୋରା ରାକେଟ ସକ୍ରୀୟ
ହାଟଡିହି (ଓ୍ବାଇଏନଏସ) ହାଟଡିହି ବ୍ଲକ ସୋ ସୋ ଥାନା ଅଧିନ କାନପୁର ଗ୍ରାମରେ ଗତ କିଛି ଦିନ ହେବ ଗ୍ୟାସ୍ ଟାଙ୍କି ଚୋରଙ୍କ ପ୍ରାଦୁର୍ଭାବ ଦେଖା ଦେଇଛି। ସେମାନେ ବିଶେଷତ ବାହାରେ ରୋଷେଇ କରୁଥିବା ଘରକୁ ଟାର୍ଗେଟ କରୁଛନ୍ତି। ଗତକାଲି ରାତିରେ ଗ୍ରାମର ଜଗନ୍ନାଥ ବେହେରାଙ୍କ ଘରେ ତାଙ୍କ ପତ୍ନୀଙ୍କ ଏକଦଶାହ କ୍ରୀୟା କର୍ମ ଚାଲୁଥିବା ବେଳେ ଲୋକଙ୍କ ପାଇଁ ଭୋଜିଭାତ ହୋଇଥଲା। ପରିବାର ଲୋକେ ରାତି ଦୁଇଟା ରେ ଖାଇ ପିଇ ଶୋଇଥିବା ବେଳେ ବାଡି ଭିତରେ ଗ୍ୟାସ୍ ଟାଙ୍କି ଗୁଡ଼ିକ ରଖିଥିଲେ। ଆଜି ସକାଳକୁ ୯ଟି ଟା ଙ୍କି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏନେଇ ପାରିବାର ଲୋକେ ସୋ ସୋ ଥାନାରେ ଅଭିଯୋଗ କରିଛନ୍ତି। ଖାଲି ଜଗନ୍ନାଥ ନୁହଁ ଗତ ମାସକ ଭିତରେ ଗ୍ରାମର ଆଉ ଦୁଇ ତିନି ଜଣଙ୍କ ଘରୁ ୮ଟି ଗ୍ୟାସ୍ ଟାଙ୍କି ଚୋରୀ ମଧ୍ୟ ହୋଇଛି। ଏହାକୁ ନେଇ ଲୋକଙ୍କ ଭିତରେ ଭୟ ଓ ଆଶଙ୍କା ଖେଳି ଯାଇଛି।