ଘୁମୁସର ଗବେଷଣା ପ୍ରତିଷ୍ଠାନର ସାଧାରଣ ପରିଷଦ ବୈଠକ

ବୁଗୁଡା, (ଓ୍ବାଇଏନଏସ) :  ଘୁମୁସର ଗବେଷଣା ପ୍ରତିଷ୍ଠାନ ର ସାଧାରଣ ପରିଷଦ ବୈଠକ କାଳିଞ୍ଜି ସମାଜ କୁଳ ଗୃହରେ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ରଙ୍କ ଆବାହକତ୍ଵରେ ଫେବୃୟାରୀ ୦୧ ତାରିଖ ଦିନ ଅନୁଷ୍ଠିତ ହେଇଯାଇଛି। ପ୍ରତିଷ୍ଠାନର ସଭାପତି ଡକ୍ଟର ସନ୍ତୋଷ କୁମାର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଭାବେ ଘୁମୁସର ଗବେଷଣା ପ୍ରତିଷ୍ଠାନ ପଞ୍ଜିକୃତ ହେଇଥିବାରୁ ସମସ୍ତ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ବୈଠକରେ ସର୍ବସମ୍ମତି କ୍ରମେ ବ୍ରହ୍ମପୁର ସହରରେ ଅବହେଳିତ ଅବସ୍ଥାରେ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୃଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଏକ ସମ୍ମାନଜନକ ସ୍ଥାନରେ ସ୍ଥାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନକୁ ନିବେଦନ କରାଯାଇ ଏକ ନେବେଦନ ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏତଦ ବ୍ୟତୀତ ଗଞ୍ଜାମ ଜିଲ୍ଲାର ଶତାୟୁ ଅନୁଷ୍ଠାନ ଗୁଡିକୁ ସ୍ମାରକି ଅନୁଷ୍ଠାନର ମାନ୍ୟତା ପ୍ରଦାନ, ଘୁମସର ଗବେଷଣା ପ୍ରତିଷ୍ଠାନ ଘୁମସର ଅଞ୍ଚଳର ଐତିହାସିକ, ସାମାଜିକ, ଅର୍ଥନୈତିକ, ଧାର୍ମିକ, କଳାକୃତି, ସ୍ଥାପତ୍ୟ ପ୍ରଭୃତିର ଇତିହାସକୁ ଲୋକ ଲୋଚନଙ୍କୁ ଆଣିବାପାଇଁ ଗବେଷଣା ଧର୍ମୀ ପୁସ୍ତକ ପ୍ରକାଶ କରିବା, ବିଭିନ୍ନ ମହାବିଦ୍ୟାଳୟରେ ଘୁମୁସର ଇତିହାସ ସମ୍ପର୍କୀୟ ପାଠଚକ୍ର ଆୟୋଜନ କରିବା, ବିଦ୍ୟାଳୟ ସ୍ତରରେ ଘୁମୁସର ଇତିହାସ ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ବୈଠକରେ ଆଗାମୀ ବାର୍ଷିକ ଅଧିବେଶନ କନ୍ଧମାଳ ଜିଲ୍ଲାର ଟିକାବାଲିସ୍ଥିତ ଆରଏମସିଏସ ମହାବିଦ୍ୟାଳୟ ରେ ଆୟୋଜନ କରିବାପାଇଁ ଅନୁମତି ପ୍ରଦାନ କରିବାପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପ୍ରସ୍ତାବ ଦେବାପାଇଁ ନିଷ୍ପତି ଗ୍ରହଣ କରାଗଲା। କୋଷାଧ୍ୟକ୍ଷ ଦାମୋଦର ଷଡଙ୍ଗୀଙ୍କ ପ୍ରସ୍ତାବିତ ଆୟବ୍ୟୟକୁ ମଞ୍ଜୁରୀ ପ୍ରଦାନ ସହ ନିର୍ଧାରିତ ସମୟ ମଧ୍ୟରେ ଅଡିଟ କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ଶ୍ରୀ ଷଡଙ୍ଗୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ସେହିପରି ଗତ ବୈଠକରେ  ଉପନିବେଶବାଦ ବିରୁଦ୍ଧରେ କନ୍ଧ ବିଦ୍ରୋହ ଶୀର୍ଷକ ଏକ ଜାତୀୟ ସଂପାନ ଏପିଲ-୨୦୨୬ ରେ ଭଞ୍ଜନଗରରେ ଆୟୋଜନ କରିବାପାଇଁ ପ୍ରତିଷ୍ଠାନର ଆବାହକ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରସ୍ତାବ କ୍ରମେ ଡକ୍ଟର ସନ୍ତୋଷ କୁମାର ଆପଟଙ୍କୁ ଜାତୀୟ ସମ୍ପାନ ଆବାହକ ଏବଂ ଡକ୍ଟର ଶିରିଷ କୁମାର ଷଡ଼ଙ୍ଗୀଙ୍କୁ ସଂପାନ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯିବା ସହ ସାଧାରଣ ସମ୍ପାଦକ ତପନ କୁମାର ମିଶ୍ର ଉପସ୍ଥାପନ କରିଥିବା ବାର୍ଷିକ ବିବରଣୀକୁ ଅନୁମୋଦନ କରାଯିବା ପରେ ନେତାଜୀ ବିଷୋୟୀ, ଶୂଳପାଣି ଶତପଥୀ, ଡକ୍ଟର ରଶ୍ମିତା କୁମାରୀ ପଟ୍ଟନାୟକ, ଡକ୍ଟର ରବୀନ୍ଦ୍ର ନାଥ ପାଳ, ବିଶ୍ୱଜିତ ସ୍ବାଇଁ, ଶ୍ରବଣ କୁମାର ଗୌଡ଼, ସନ୍ତୋଷ କୁମାର ତ୍ରିପାଠୀ, ଡକ୍ଟର ରବିନ୍ଦ୍ର କୁମାର ମିଶ୍ର, ସନ୍ତୋଷ କୁମାର ଜେନା ଆଗାମୀ ଦିନରେ ଘୁମୁସର ଗବେଷଣା ପ୍ରତିଷ୍ଠାନ କାର୍ଯ୍ୟକାରୀ କରିବାକୁ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବାସହ ବିଭିନ୍ନ ପ୍ରସ୍ତାବ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜଗବନ୍ଧୁ ଜେନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ