ଛତ୍ରପୁର ପଞ୍ଚସଖା ସପ୍ଲାଇର୍ସ ଏଣ୍ଡ ଟେଣ୍ଟ ହାଉସ ମାଲିକ ସଂଘର ସାଧାରଣ ବୈଠକ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ଉପକଣ୍ଠ ତାମ୍ପରା ହ୍ରଦ ନିକଟରେ  ପଞ୍ଚସଖା ସପ୍ଲାଇର୍ସ ଏଣ୍ଡ ଟେଣ୍ଟ ହାଉସ ମାଲିକ ସଂଘ ର ସାଧାରଣ ବୈଠକ ସଭାପତି ସିମାଞ୍ଚଳ ମହାରଣା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଲ ଇଣ୍ଡିଆ ଭାଇସପ୍ରେସିଡେଣ୍ଟ ପ୍ରିୟବ୍ରତ ମଲ୍ଲିକ, ଜଏଣ୍ଟ ସେକ୍ରେଟାରୀ ସନାତନ ପରିଡା, ଆଇନଜୀବି ଲକ୍ଷ୍ମୀ ଚରଣ ଶତପଥି ଏବଂ ଓଡିଶା ସାମ୍ବାଦିକ ସଂଘ ର ଗଞ୍ଜାମ ଜିଲ୍ଲାଉପସଭାପତି ପ୍ରଶାନ୍ତ କୁମାର ମହାରଣା ଅତିଥି ଭାବେ ଯୋଗଦେଇ ସଂଘ ର ମୂଳଲକ୍ଷ୍ୟ ଏବଂ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କ ଆଲୋଚନା କରିଥିଲେ l ଏହା ସହିତ ସଂଘ ର ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ମାନେ ଆଗାମୀ ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ କହିଥିଲେ l ଏହିଅବସର ରେ ଟେଣ୍ଟ ମାଲିକ ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ଉତ୍ତରୀୟ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା l ଯାହାଫଳରେ ନିଜ ନିଜ ଭିତରେ ଏକ ପ୍ରକାର ଭାଇଚାରା ସମ୍ପର୍କ ସୃଷ୍ଟି ହୋଇଥିଲା l ଏଥିରେ ଛତ୍ରପୁର ଆଖପାଖ ଅଂଚଳ ର ବହୁ ଟେଣ୍ଟ ହାଉସ ମାଲିକ ମାନେ ଯୋଗଦେଇ ଖୁସି ଜାହିର କରିଥିଲେ l ଶେଷରେ ସଂଘ ର ସମ୍ପାଦକ ରଞ୍ଜନ ବେହେରା  ଧନ୍ୟବାଦ ଅର୍ପଣ କରିଥିବା ବେଳେ  ଇ. ରାଜକୁମାର,  ନାରାୟଣ ସାହୁ, ବି. କୃଷ୍ଣ ମୂର୍ତ୍ତି, ସୁରେଶ ତ୍ରିପାଠୀ, ଗିରିଶ ବେହେରା, ବି. ଶ୍ରୀରାମମୂର୍ତ୍ତି,ସୁଶାନ୍ତ ରାଉଳ, ଇ. ଅନିଲ ଓ ଆପନ୍ନା ରେଡ୍ଡୀଙ୍କ ସମେତ ସମସ୍ତ କର୍ମକର୍ତା ଓ ସଦସ୍ୟ ମାନେ ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ