ମା’ ଶବ୍ଦ ସଂଘ, ବସ୍ତାର ସାଧାରଣ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱରର ବସ୍ତା ସ୍ଥିତ କୁଡ଼ିଆ ଗ୍ରାମରେ ତା ୧୪-୦୧-୨୦୨୬ ରିଖରେ ମା’ ଶବ୍ଦ ସଂଘ (ଗବବ ଝକ୍ଟଙ୍କଦ୍ଭୟ ଇଗ୍ଦଗ୍ଦକ୍ଟମସବଗ୍ଧସକ୍ଟଦ୍ଭ) ବସ୍ତାର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ଉପଦେଷ୍ଟା ମହମ୍ମଦ ଇସଲାମ ସଭାପତିତ୍ୱ କରିଥିଲେ। ଏହି ସାଧାରଣ ସଭାରେ ମା’ ଶବ୍ଦ ସଂଘର ସଭାପତି କିରଣ ବେହେରା ଓ ସଂପାଦକ ଝାଣ୍ଟୁ ଚରଣ ବେଜ ଓ ଅନ୍ୟତମ ଉପଦେଷଟା ଶ୍ରୀନିବାସ ଜେନା ପ୍ରମୁଖ ଉପସ୍ଥିତ ରହି ସଂଘର ଉନ୍ନତିକରଣ ଓ ସ୍ଥାୟୀ କାର୍ଯ୍ୟାଳୟ ଏବଂ ମା’ ଶବ୍ଦ ସଂଘର ସମସ୍ତ ସଭ୍ୟମାନଙ୍କର ବୀମାକରଣ ସହିତ ପଂଜିକରଣ ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ମା’ ଶବ୍ଦ ସଂଘ ଯେତେଯାଏଁ ସ୍ଥାୟୀ କାର୍ଯ୍ୟାଳୟ ନହୋଇଛି ଏହି କୁଡ଼ିଆଠାରେ ଅସ୍ଥାୟୀ ରୂପେ ସଂଘର କାର୍ଯାଳୟ ଚାଲୁ ରହିବ। ଏହି ସଂଗଠନର କିପରି ଭାବେ ସଭ୍ୟ ସଂଖ୍ୟା ବଢ଼ିବ ଏଥିପାଇଁ ସଂପାଦକ ଝାଣ୍ଟୁ ଚରଣ ବେଜ୍ ଗୁରୁତ୍ୱ ଆରୋପ କରିଥିଲେ। ଉପସ୍ଥିତ ଥିବା ସମସ୍ତ ସଭ୍ୟ ଏକ ସ୍ୱରରେ କହିଥିଲେ, ଆମ୍ଭେ ଏକତ୍ରିତ ହୋଇ କାର୍ଯ୍ୟ କରିବୁ ଏବଂ ଅନେକ ସମୟରେ ଆମ୍ଭମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ହେଉଛି, ଏହାକୁ ସଂଘ ମାଧ୍ୟମରେ ସମାଧାନ କରିବୁ। ଏହି ସଭାରେ ହେମନ୍ତ କୁମାର ଜନୋ, କିରଣ କୁମାର ବେହେରା, ସକିଲା ବାନୋ, ଫକୀରମୋହନ ଚନ୍ଦ, ସଦନାକର ଗିରି, ଅଜୟ କୁମାର ସାହୁ, ସୁକାନ୍ତ ବେହେରା, ପ୍ରଭାକର ମହାନ୍ତି, ରାମଚନ୍ଦ୍ର ମୁଲା, ଅଜୟ ପାତ୍ର, ପ୍ରଦୀପ୍ ଗିରି, ଅରବିନ୍ଦ ରାଉତ୍, ରଂଜନ କୁମାର ବାରିକ୍, ଦୀପକ ରାମ୍ ଓ ଦିଲ୍ଲୀପ ରାମ ପ୍ରମୁଖ ଯୋଗ ଦେଇଥିଲେ ଓ ସର୍ବଶେଷରେ ଝଣ୍ଟୁ ଚରଣ ବେଜ୍ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।


