କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଡାକରାରେ ବନ୍ତରେ ସାଧାରଣ ଧର୍ମଘଟ ସଫଳ

ବନ୍ତ,(ଚାନ୍ଦିନୀ ମହାନ୍ତି) : ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ, କୃଷକ ସଙ୍ଗଠନ ଓ ସ୍ୱାଧୀନ ଗଣ ସଙ୍ଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି, ଦେଶ ତଥା ରାଜ୍ୟର ଆଇନ ଶୃଂଖଳା ପରିସ୍ଥିତି ସମେତ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ସର୍ବ ଭାରତୀୟ ସାଧାରଣ ଧର୍ମଘଟ ଡାକରା ଦିଆଯାଇଥିଲା । ଏପରିପେକ୍ଷୀରେ ଆଜି ବନ୍ତ ଠାରେ ଏହି ସାଧାରଣ ଧର୍ମଘଟ ଦେଖିବାକୁ ମିଳିଥିଲା । ସକାଳ ୬ଟା ଠାରୁ ଏହା ଆରମ୍ଭ ହୋଇଥିଲା । ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥର ବନ୍ତ ଥାନା ଛକ ଠାରେ କୃଷକ ସଭା ନେତା ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ରାସ୍ତାରୋକରେ ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ବସନ୍ତ କର, ଜୟନ୍ତ ଜେନା, ନିରଞ୍ଜନ ଜେନା, ରବିନ୍ଦ୍ର ତରେଇ, କୃଷ୍ଣ ଚନ୍ଦ୍ର ରାଉତ, ପଦ୍ମନାଭ ସ୍ୱାଇଁ, ନୃସିଂହ ଚରଣ ପରିଡା, ଅଭିମନ୍ୟୁ ଜେନା, ପୂର୍ଣ୍ଣ ଚନ୍ଦ୍ର ନାୟକ, ମନୋଜ ଜେନା, ପର୍ଶୁରାମ ସ୍ୱାଇଁ, ପଞ୍ଚାନନ ସେଠୀ ଏବଂ କେନ୍ଦୁଆପଦା ଛକ ଠାରେ ସି.ଆଇ.ଟି.ୟୁର ନେତା ପ୍ରତାପ କୁମାର ସେଠୀଙ୍କ ନେତୃତ୍ୱରେ ମହେଶ୍ୱର ନାୟକ, ବୀରସେନ ଜେନା, ମଞ୍ଜୁଲତା ଦାସ, ବାସନ୍ତୀ ବାରିକ, ମେନକା ସାହୁ, ପ୍ରତିମା ପାଣିଗ୍ରାହୀ, ଜେମାମଣି ସାହୁ, ଲକ୍ଷ୍ମୀପ୍ରିୟା ପଣ୍ଡା, ସୁକାନ୍ତୀ ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଏହି ଅବବସରରେ ଶ୍ରମିକ ନେତା ଓ ସାଥୀ ମାନେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ସିଡିପିଓ ଅଫିସ, କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ମିଶନଶକ୍ତି ଅଫିସ, ତହସିଲ, ଉପ ନିବନ୍ଧକ କାର୍ଯ୍ୟାଳୟ, ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ ଆଦିକୁ ବନ୍ଦ କରିଥିଲେ । ଏହି ଧର୍ମଘଟ ଫଳରେ ଜଳ ସେଚନ ଅଫିସ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ବନ୍ତସ୍ଥିତ ଉପ ଡାକଘର ଏବଂ ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିଥିବାର ଦେଖାଯାଇଥିଲା । ଥାନା ଛକ ଓ କେନ୍ଦୁଆପଦା ଛକରେ ରାସ୍ତା ଅବରୋଧ ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ବଡ ବଡ ଯାନବାହାନ ଗୁଡିକ ଅଟକି ରହିଥିଲା । କେବଳ କାଁଭା ମୋଟର ସାଇକେଲ ଓ କାର ଗୁଡିକ ଯାତାୟତ କରୁଥିବାର ଦେଖାଯାଇଥିଲା । ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ