ଜନଶୁଣାଣୀ ଶିବିର ଅନୁଷ୍ଠିତ

ଔପଦା (ଓ୍ବାଇଏନଏସ) : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟଵଂଶି ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରସାଦଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂହ ,ଅତିରିକ୍ତ କାର୍ଯ୍ୟର୍ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଡ. ମଧୁସ୍ମିତା ସାମନ୍ତରାୟ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରି ଡ଼ା ପ୍ରଭାତ କୁମାର ବେହେରା, ପ୍ରମୁଖଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଔପଦା ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚୟତରୁ ୫୮ ଜଣ ଅଭିଯୋଗକାରୀ ନିଜ ନିଜର ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରି ଥିଲେ । ଏଥିରେ ୫୦ ଗୋଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା,ପି. ଏମ.ଆବାସ ଗୃହ ଯୋଜନା ରାସନ କାର୍ଡ,ସ୍ୱାସ୍ଥ୍ୟ,ବିଦ୍ୟୁତ୍, ରାସ୍ତା,ପାନୀୟ ଜଳ,ଡ୍ରେନେଜ୍, ଦିବ୍ୟଙ୍ଗ ଭତ୍ତା ,ଆଇନ ସମ୍ପର୍କିତ ହୋଇଥିବା ବେଳେ ୮ ଗୋଟି ସାମୁହିକ ଅଭିଯୋଗ ମିଳିଥିଲା। ଉକ୍ତ ଶିବିରରେ ୯ ଗୋଟି ଅଭିଯୋଗର ତତକାଳ ଫୈଶିଲା କରାଯାଇଥିଲା। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀ ,ଗଣମାଧ୍ୟମର ପ୍ରତିନିଧିଗଣ ସମେତ ବିଭିନ୍ନ ଗ୍ରା. ପରୁ ଆସିଥିବା ସାଧାରଣ ଜନତା (ଅଭିଯୋଗକାରୀ) ଯୋଗ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ