ହିନ୍ଦୁ ସମ୍ମିଳନୀରେ ଘୃତଯଜ୍ଞ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଜନଜାତି ବହୁଳ କିଞ୍ଚରଡ଼ା ଗାଁ ରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗାୟତ୍ରୀ ପରିବାର ସଦସ୍ୟଙ୍କ ଦ୍ୱାରା ଘୃତଯଜ୍ଞ,ନାମଯଜ୍ଞ,ଗୋ – ଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା।ରାଷ୍ଟ୍ରୀୟ ସ୍ବୟଂ ସଂଘ ର ଶତବାର୍ଷିକୀ ଅବସରରେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ମଣ୍ଡଳ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ପ୍ରହଲ୍ଲାଦ ଡାକୁଆ ଅଧ୍ୟକ୍ଷତା କରିଥିଲେ। ମୂଖ୍ୟଅତିଥି ଭାବେ ଶ୍ରୀବିଷ୍ଣୁପଦ ଗୋସ୍ବାମୀ ମହାରାଜ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଵୟଂ ସେବକ ସଂଘ ର ଗଞ୍ଜାମ ଜିଲା ପ୍ରଚାରକ ରଶ୍ମିରଞ୍ଜନ ମହାଙ୍କୁଡ, ସମ୍ମାନୀତ ଅତିଥି ଭାବେ ମହନ୍ତ ଚିନ୍ମୟାନନ୍ଦ ମହାରାଜ, ମହନ୍ତ ପଦ୍ମ ଚରଣ ଦାସ, ହରିହରଦାସ ମହାରାଜ, ଅଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ।ସମଗ୍ର ଭାରତରେ ହିନ୍ଦୁ ମାନଙ୍କୁ ସମ୍ମିଳିତ କରିବା ସହ ହିନ୍ଦୁଧର୍ମ, ଭାରତୀୟ ପରମ୍ପରା, ସନାତନ ସଂସ୍କୃତିର ଜାଗରଣ କରିବା ନିମନ୍ତେ ମା’ ନିଜ ବାଙ୍କେଶ୍ଵରୀ ପୀଠ କେରାଣ୍ଡିମାଳ ପର୍ବତ ଶିଖର ରେ ଥିବା କିଞ୍ଚରଡ଼ା ଗ୍ରାମରେ ଆୟୋଜିତ ସମ୍ମିଳନୀରେ ବହୁ ସଂଖ୍ୟକ ଜନଜାତି ସମ୍ପ୍ରଦାୟର ମହିଳା ପୁରୁଷ କଳସ ଶୋଭାଯାତ୍ରା ରେ ଅଂଶଗ୍ରହଣ କରିଥିଲେ। ଶେଷରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ମାନ ପତ୍ର ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ରାମକୃଷ୍ଣ ଚୌଧୁରୀ, ଧର୍ମେନ୍ଦ୍ର ଦୋରା, ସୁନିଲ ଦୋରା,ବୃନ୍ଦାବନ ମଲ୍ଲିକ ଏବଂ ଆଖପାଖର ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ।ସେହିପରି ଦିଗପହଣ୍ଡି ବଜାର ସାହି ଗାନ୍ଧୀ ଛକ ଠାରେ ହିନ୍ଦୁ ଜାଗରଣ ପାଇଁ କରାଯାଉଥିବା କାର୍ଯ୍ୟଧାରା କୁ ନୂତନ ଶକ୍ତି ଓ ଚେତନା ପ୍ରଦାନ କରିବା ଉଦ୍ଦେଶ୍ୟରେ ସନାତନ ସଂସ୍କୃତି,ସନାତନ ଧର୍ମ କୁ ଉଜ୍ଜୀବିତ ପାଇଁ ସାମାଜିକ ଏକତାର ପ୍ରତୀକ ଭାବେ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସହକାରୀ ଶିକ୍ଷକ ପ୍ରକାଶ ପ୍ରଧାନ ଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ବହୁ ସଂଖ୍ୟକ ସାଧୁ,ସନ୍ଥ, ବିଦ୍ୱାନ ଅତିଥିଭାବେ ଯୋଗଦେଇଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


