ବର୍ତ୍ତିନୀରେ ଅନୁଷ୍ଠିତ ବାଳିକା ବିଭାଗ ଖୋ ଖୋ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଳକର ବର୍ତ୍ତିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ତ୍ରି ଦିବସିୟ ବାଳିକା ବିଭାଗ ଖୋ ଖୋ ପ୍ରତିଯୋଗିତା ନଭେମ୍ବର ୩୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଶଚିନ୍ଦ୍ର କୁମାର ମିଶ୍ର ଉଦଘାଟନ କରିଥିଲେ। ଯୁକ୍ତ ଦୁଇ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଏହି ଖୋ ଖୋ ପ୍ରତିଯୋଗିତାରେ ପାଟପୁର, ସୋରଡା, ବର୍ତ୍ତିନୀ, କଙ୍କରଡା, ଖେମୁଣ୍ଡି, କେନ୍ଦୁପଦର ଓ ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଳିକା ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଅନ୍ତିମ ଖୋ ଖୋ ପ୍ରତିଯୋଗିତା ଖେମୁଣ୍ଡି ଓ କଙ୍କରଡା ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଖେମୁଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳିକା ଟିମ ବିଜୟୀ ହୋଇଥିଲେ। ଆଜି ଅନୁଷ୍ଠିତ ଉଦଯାପନି ଉତ୍ସବରେ ପ୍ରିନ୍ସପାଲ ଶ୍ରୀ ମିଶ୍ରଙ୍କ ଠାରୁ ଖେମୁଣ୍ଡି ଟିମ ବିଜୟୀ ଟ୍ରଫି ଓ କଙ୍କରଡା ଟିମ ରନରସ ଟ୍ରଫି ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାର ଉତ୍ତମ ପରିଚାଳନା ପାଇଁ କ୍ରୀଡା ବିଭାଗ ଅଧିକାରୀ ଅଧ୍ୟାପକ ଅଜିତ କୁମାର ସ୍ବାଇଁ ଓ କ୍ରୀଡା ଶିକ୍ଷକ ରମେଶ ଚନ୍ଦ୍ର ଗୌଡଙ୍କ ସମେତ ବିଦ୍ୟାଳୟର ଅଧ୍ୟାପକ ପ୍ରଫୁଲ କୁମାର ସାହୁ, ମନୋଜ କୁମାର ସାହୁ, ଯୁଗଳ କିଶୋର ସାହୁ, ବିମଳ କୁମାର ପାଣିଗ୍ରାହୀ, କାହ୍ନୁ ଚରଣ ସାହୁ, ସୁମନ କୁମାର ସାହୁ, ହୃଷିକେଶ ମହାନ୍ତି, ଗିରିଶ ଦାଶ ଓ ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ, ମମିତା ସାହୁ, ସୁଦୀପ୍ତା ପଟ୍ଟନାୟକ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀ ଓ ଅତିଥି ପିଇଟି ବୃନ୍ଦ ସହଯୋଗ କରିଥିଲେ।ଡେମୋନଷ୍ଟ୍ରେଟର ରଞ୍ଜିତ କୁମାର ବିଷୋୟୀ ଖେଳର ଧାରା ବିବରଣୀ ଘୋଷଣା କରିଥିବା ବେଳେ ଶେଷରେ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ