ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଜଗଦୀଶ ସାହୁ ବେଦମନ୍ତ୍ର ପାଠ କରିବା ପରେ ପ୍ରଧାନଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନେ କଠିନ ପରିଶ୍ରମ କରି ସଫଳତାର ଶୀର୍ଷ ସୋପାନ ରେ ପହଞ୍ଚିବା ପାଇଁ ପରାମର୍ଶ ଦେଇଥିଲେ।ବାଳିକା ଶିକ୍ଷାର ଅଭିବୃଦ୍ଧି ଘଟିଛି।ପ୍ରତିଟି କ୍ଷେତ୍ରରେ ବାଳିକା ମାନେ ବାଳକ ମାନଙ୍କ ଠାରୁ ଆଗରେ ରହି ଆସୁଛନ୍ତି।ତେଣୁ  ଛାତ୍ରୀ ମାନେ ନିଜକୁ ନ୍ୟୁନ ମନେ ନକରି ଭଲ ପାଠ ପଢି ସ୍କୁଲ ର ସୁନାମ ଅର୍ଜନ କରିବା ସହ ମାତା ପିତା ଙ୍କ ଆଶା ଆକାଂକ୍ଷା ପୂରଣ କ୍ଷେତରେ ଅଗ୍ରସର ହେବା ଉଚିତ ବୋଲି ସେ କହିଥିଲେ।ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼.ଶଙ୍କର ନାରାୟଣ ବେଜ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ,ରସାନନ୍ଦ ଘଡ଼େଇ,ସ୍କୁଲ ପରିଚାଳନା କମିଟି ସଭାନେତ୍ରୀ ରଶ୍ମିତା ସାହୁ,ସିଆରସିସି ଅନିଲ କୁମାର ଦାସ ,କାଉନସିଲର ସୁଶାନ୍ତ କୁମାର ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ।ଶେଷରେ ଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଭିଭାବକ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ