ମୁନିଗୁଡାରେ ଗୀତା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶାରଦା ମଣ୍ଡପ ପରିସରରେ ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ଦ୍ୱାରା ଗୀତା ଆବୃତ୍ତି ବା ଗୀତା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଂଯୋଜକ ଏସ. ବୁଲୁ ଦୋରା ଓ ବ୍ଲକ ସଂଯୋଜକ ଅଜିତ ମହାରଣାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅତିଥି ତଥା ବିଚାରକ ମଣ୍ଡଳୀ ଭାବେ ସମାଜସେବୀ ଗୌରାଙ୍ଗ ଚରଣ ରାଉତ, ସଂସ୍କୃତ ମହାବିଦ୍ୟାଳୟର ଅଧକ୍ଷ ସଞ୍ଜୟ କୁମାର ପତି,ସଂସ୍କୃତ ଶିକ୍ଷକ ଅର୍ଣ୍ଣପୂର୍ଣ୍ଣା ଗିରି,ପ୍ରକାଶ ଚନ୍ଦ୍ର ମୁଦୁଲି,ସଂଯୁକ୍ତା କୁମାରୀ ଦୋରା,କଳ୍ପନା ଦାସ, ପ୍ରଦୀପ ସାହୁ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ l ପରେ ଗୀତା ଜ୍ଞାନ ପରୀକ୍ଷା କରିବାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଗୀତା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପବିତ୍ର ଗ୍ରନ୍ଥ ଗୀତା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କର ଉତ୍ତମ ଜୀବନ ଗଢିବାରେ ସହାୟକ ହେବାହିଁ ମୂଳ ଉଦେଶ୍ୟ ବୋଲି ପ୍ରକାଶ କରିବା ସହ ସମସ୍ତ ପ୍ରତିଯୋଗୀଙ୍କୁ ସ୍ମରଣ,ନିରନ୍ତରତା, ଆତ୍ମବିଶ୍ୱାସ,ଭକ୍ତିଭାବ ହୋଇ ରହିବାକୁ ଅତିଥି ଓ ବିଚାରକ ମଣ୍ଡଳୀ ମାନେ ପରାମର୍ଶ ଦେଇଥିଲେ l ଏହି ପ୍ରତିଯୋଗିତାରେ ୩ଟି ଗ୍ରୁପରେ ମୋଟ ୩୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ଗ୍ରୁପ ଏ ରେ ସ୍ୱୟଂଶ୍ରୀ ଦୋରା ପ୍ରଥମ,ଯୋଗୀ ଯୋଗେଶ ମହାରଣା ଦ୍ଵିତୀୟ ଓ ରୁତୁପୂର୍ଣ୍ଣା ନାୟକ ତୃତୀୟ ସ୍ଥାନ ଏବଂ ଗ୍ରୁପ ବି ରେ ରୁପାଲୀ ପଟ୍ଟନାୟକ ପ୍ରଥମ, ରେଶମା ସାହୁ ଦ୍ଵିତୀୟ ଓ ଜଗବନ୍ଧୁ ରତ୍ନାଲୁ ତୃତୀୟ ସ୍ଥାନ ସେହିପରି ଗ୍ରୁପ ସି ରେ ଇପ୍ସିତା ମହାପାତ୍ର ପ୍ରଥମ,ଚିନ୍ମୟୀ ବେହେରା ଦ୍ଵିତୀୟ ଓ ପାୟଲ ନାୟକ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି l ସମସ୍ତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି l ଶେଷରେ ଅନୁଷ୍ଠାନର ବ୍ଲକ ସଂଯୋଜକ ଅଜିତ ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ