ଛତା, ଜୋତା ଦିଅ, ଭତ୍ତା ବଢାଅ : ଓଡ଼ିଆ ଅସ୍ମିତା ପରିଷଦ
ଭୁବନେଶ୍ୱର (ଓ୍ବାଏନ୍ଏସ୍) : କ୍ରମବର୍ଦ୍ଧିଷ୍ଣୁ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଭତ୍ତା ପାଉଥିବା ସମସ୍ତ ବୁଢାବୁଢୀ ଓ ଦିବ୍ୟାଙ୍ଗଙ୍କୁ ଛତା ଓ ଜୋତା ଦେବାକୁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି। ସେହିଭଳି ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ବିକଳାଙ୍ଗ ଭତ୍ତା ଅନ୍ତତଃ ପକ୍ଷେ ୨୦୦୦ ଟଙ୍କାକୁ ବୃଦ୍ଧି କରିବା ଓ ଛତା, ଜୋତା ପାଇଁ ଆଗାମୀ ୧୫ ତାରିଖରୁ ସବୁ ପଞ୍ଚାୟତ ଅଫିସ୍ରେ ଦେବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ଦାବି କରିଛନ୍ତି। ଏହା ବ୍ୟତୀତ ଜଳଛତ୍ର ଖୋଲିବାକୁ ମଧ୍ୟ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।