ବଜ୍ରପାତରେ ଛେଳି ଚରାଳି ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ  ପେଣ୍ଠା ଗ୍ରାମର ବିଶ୍ବନାଥ ଗୌଡ (୩୭) ନାମକ ଜଣେ ଛେଳି ଚରାଳି ଯୁବକ ବଜ୍ରପାତ ରେ ମୃତ୍ୟୁବରଣ କରିଛନ୍ତି।ବିଶ୍ବନାଥ ତାଙ୍କ ମାମୁଁ ଘର ଚଷାନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସିନ୍ଧବା ଗ୍ରାମରେ ରହୁଥିବା ବେଳେ ରବିବାର ଅପରାହ୍ନରେ ଛେଳି ଚରାଇବା ପାଇଁ ଗାଁ ପାଖ ପଡିଆକୁ ଯାଇଥିଲେ।ଅପରାହ୍ନରେ ଆକସ୍ମିକ ବର୍ଷା ପରେ ପଡ଼ିଆରେ  ବଜ୍ରପାତ ହେବାରୁ ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ି  ଯାଇଥିଲେ।ତାଙ୍କୁ ଆଖପାଖରେ ଥିବା ଲୋକେ  ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ତେବେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଘଟଣା ସମ୍ପର୍କରେ କେ. ନୂଆଗାଁ ଥାନାରେ ଅଭିଯୋଗ କରାଯାଇଥିବା ବେଳେ ସୋମବାର ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ତାଙ୍କ ମୃତଦେହ ବ୍ଯବଚ୍ଛେଦ କରାଯିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ