ବିଳମ୍ବିତ ରାତିରେ ଛେଳି ଚୋରି: ଥାନାରେ ଲିଖିତ ଅଭିଯୋଗ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ମୁଣ୍ଡାଳୋ ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ୫ଟି ଛେଳି ଚୋରି ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକାରୀ ବିରଜା ଶଙ୍କର ସେଠୀଙ୍କ ଅଭିଯୋଗ ମୁତାବକ ସେ ତାଙ୍କ ଘର ନିକଟରେ ଏକ ଛୋଟ ଚାଳ ଘର କରି ୫ଟି ମାଈ ଛେଳି ଓ ୨ଟି ଖାସି ରଖିଥିଲେ। କେହି ଦୁବୃତ ରାତିରେ ଚାଳ ଘର କବାଟ ଭାଙ୍ଗି ୫ଟି ମାଈ ଛେଳିକୁ ନେଇଯାଇଛି। ବିରଜା ଜଣେ ଦଳିତ ଦିନ ମଜୁରିଆ ହୋଇଥିବା ବେଳେ ଛେଦଳି ରଖି ପରିବାର ପ୍ରତିପୋଷଣ କରନ୍ତି। ଛେଳି ଚୋରି ଯିବା ପରେ ସେ ଆଖପାଖ ଅଂଚଳରେ ସବୁଆଡେ ଖୋଜିଥିଲେ ମଧ୍ୟ ପାଇ ନଥିଲେ। ଛେଳି ଚୋରି କରି ଥିବା ଦୁବୃତକୁ ଚିହ୍ନଟ କରିବା ସହିତ ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି।