୨୨ରେ ଗୋଦାବରୀଶ ମହାବିଦ୍ୟାଳୟ ୨୦୦୪ ବ୍ୟାଚ୍‌ର ବନ୍ଧୁମିଳନ

ଭୁବନେଶ୍ୱର: ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟିବ। ପଢା ଶେଷ କରିବା ପରେ ବହୁ ବର୍ଷ ଧରି ବନ୍ଧୁମାନେ ଏକାଠି ହେବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ବ୍ୟସ୍ତ ବହୁଳ ଜୀବନଶୈଳୀ ବାଧା ସୃଷ୍ଟି କରିଥିଲା। ଛାତ୍ରଜୀବନ ଆଉ ବର୍ତ୍ତମାନ ଜୀବନ ମଧ୍ୟରେ ଅନେକ ପରିବର୍ତ୍ତନ ଆସିଥିବା ଯୋଗୁଁ ପରସ୍ପରକୁ ଏକାଠି ପାଇ ଜଣେ ଅନ୍ୟ ଜଣଙ୍କର ବିଷୟରେ ଜାଣିବାର ଜିଜ୍ଞାସା ଏବେ ବୃଦ୍ଧି ପାଇଛି। ଶେଷରେ ସେମାନେ ସେହି କଳ୍ପନାକୁ ବାସ୍ତବରେ ପରିବର୍ତ୍ତନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବନ୍ଧୁ ମିଳନ ଉତ୍ସବକୁ ମହାଧୂମଧାମରେ ପାଳନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଗୋଦାବରୀଶ ମହାବିଦ୍ୟାଳୟର ୨୦୦୪ ବ୍ୟାଚ୍‌ର ବନ୍ଧୁମାନେ ନିଶ୍ଚିତ କରିଛନ୍ତି। ସେଥିପାଇଁ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଦିନ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦ ରୁ ଉର୍ଦ୍ଧ୍ଵ ବନ୍ଧୁମାନେ ଯୋଗ ଦେଇ ନିଜ ନିଜର ମତ ପ୍ରକାଶ କରିଛନ୍ତି। ଯଦିବା ଉକ୍ତ ଉତ୍ସବ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ପାଳନ କରାଯାଉଛି, କିନ୍ତୁ ପ୍ରଥମ ଥର ଅନେକ ବନ୍ଧୁଙ୍କ ଅନୁପସ୍ଥିତି ଯୋଗୁଁ ଉକ୍ତ ଉତ୍ସବରେ ଯୋଗ ଦେଇଥିବା ବନ୍ଧୁମାନଙ୍କୁ ନିରାଶ କରିଛି। ହେଲେ ଏଥର ବହୁ ସଂଖ୍ୟାରେ ବନ୍ଧୁମାନେ ଯୋଡ଼ି ହେବା ସହ ଉକ୍ତ ଉତ୍ସବକୁ ଭବ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରାଯାଇଛି। ଚଳିତ ମାସ ୨୨ ତାରିଖ ରବିବାର ଦିନ ଏହି ବନ୍ଧୁମିଳନ ପର୍ବ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ପାଳନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସକାଳ ୯ଟାରୁ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ବୃକ୍ଷରୋପଣ, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବାର ଯୋଜନା ରହିଛି। ପୂର୍ବାହ୍ନ ୧୧ଟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଉକ୍ତ ବନ୍ଧୁ ମିଳନ ପର୍ବ ପାଇଁ ଦିଲ୍ଲୀପ ସ୍ୱାଇଁଙ୍କୁ ମୁଖ୍ୟ ସଂଯୋଜକ ଭାବେ ଚୟନ କରାଯାଇଥିଲା। ରଞ୍ଜନ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଭାସୀ ବୈଠକରେ ସିଦ୍ଧାର୍ଥ ଶଙ୍କର ଶ୍ୟାମପଦ ଦାସ, ରଞ୍ଜୟ କୁମାର ସାହୁ, ସନ୍ତୋଷ କୁମାର ବଳିୟାରସିଂହ, ଅଶୋକ କୁମାର ଘଡ଼େଇ, ସୁମିତ ପ୍ରଜ୍ଞ ଷଡ଼ଙ୍ଗୀ, ସୁଧୀର କୁମାର ମିଶ୍ର, ଶକ୍ତିମାନ ପାତ୍ର, ଶକ୍ତି ପ୍ରସାଦ ଦାଶ, ଅନୀଲ ପାତ୍ର, ଅଶୋକ କୁମାର ତରାଇ, ସଞ୍ଜୟ ବେହେରା, ରାଜୀବ କୁମାର ଜେନା, ଅରୁଣ କୁମାର ନାୟକ, ଅରୁଣ କୁମାର ବାରିକ, ବିକାଶ କୁମାର ବରାଳ, ଶୁଭଶ୍ରୀ ଭୋଳ, ଧନେଶ୍ୱର ଭୋଳ, ସଞ୍ଜୟ ଗୁରୁ, ବିରଞ୍ଜି ନାରାୟଣ ପାତ୍ର, ସୀମାଞ୍ଚଳ ନାୟକ, ରୀନା ରାଉତ, ସୌଭାଗିନୀ ପଣ୍ଡା, ସର୍ବେଶ୍ୱର ନାୟକ, ସ୍ୱାଗତ ପ୍ରଧାନ, ପୂଜାଫୁଲ ମହାରଥୀ ଓ ହିମାଂଶୁ ଶେଖର ପ୍ରଧାନଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଦୂର ଦୂରାନ୍ତରେ ଥିବା ୨୦୦୪ ମସିହାରେ ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଓ କଳା ଡିଗ୍ରୀ ବିଭାଗରୁ ପଢ଼ା ଶେଷ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ବନ୍ଧୁ ମିଳନ ପର୍ବରେ ନିଜକୁ ସାମିଲ କରିବା ପାଇଁ ମୁଖ୍ୟ ସଂଯୋଜକ ଦିଲ୍ଲୀପ କୁମାର ସ୍ୱାଇଁ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ