ମହିଳାଙ୍କ ନିକଟରୁ ଉଦ୍ଧାର ହେଲା ସୁନା ଓ ଟଙ୍କା
ହାଟଡିହି (ବିକାଶ ବିଶ୍ବାଳ): ବସ ରେ ଆସୁଥିବା ବେଳେ ଜଣେ ମହିଳାଙ୍କ ମନି ପସ କୁ ଚତୁରତାର ସହ ନେଇ ଯାଇଥିବା ୩ଜଣ ବଙ୍ଗୀୟ ମହିଳାଙ୍କ ଠାରୁ ଉଦ୍ଧାର ହୋଇଛି ଲୁଟ ସାମଗ୍ରୀ। ସୂଚନାରୁ ଜଣାଯାଇଛି ଯେ ଭଦ୍ରକରୁ ଆନନ୍ଦପୁର ଆସୁଥିବା ଏକ ଯାତ୍ରୀବାହୀ ବସ୍ ରେ ତିନିଜଣ ବଙ୍ଗୀୟ ମହିଳା ଆସୁଥିଲେ। ସେମାନେ ଗାଁ ଗାଁ ବୁଲି ମାଳି ବିକ୍ରିକରନ୍ତି। ଏହି ବସରେ ଆସୁଥିବା ଜଣେ ମହିଳା ଯାତ୍ରୀଙ୍କ ମନି ପସ୍ କୁ କୌଶଳ କ୍ରମେ ବଙ୍ଗୀୟ ମହିଳା ମାନେ ଲୁଟିନେଇଥିଲେ। ତା ଭିତରେ ହଳେ ସୁନା କାନ ଫୁଲ ଓ ନଗଦ ୫ହଜାର ଟଙ୍କା ଥିଲା। ମହିଳା ଜଣକ ହାଟଡିହିରେ ଓହ୍ଲାଇବା ପରେ ତାଙ୍କ ପର୍ଶ ନଥିବାରୁ ସେ ଏହି ମହିଳା ମାନଙ୍କ ଉପରେ ସନ୍ଦେହ କରି ଡାକ ପକାଇଥିଲେ। କିଛି ଯୁବକ ମହିଳାଙ୍କୁ ଧରି ବସର ପିଛକରି ଛେନାପଦି ଛକରେ ବସ୍ କୁ ଅଟକାଇ ସେହି ବଙ୍ଗୀୟ ମହିଳା ମାନଙ୍କୁ ତାଗିଦ୍ କରିବାରୁ ସେମାନେ ମନିପର୍ଷ ଟିକୁ ଫେରାଇଥିଲେ। ଏହି ସମୟ ଭିତରେ କେହି ପୋଲିସ୍ କୁ ଜଣାଇ ଦେବାରୁ ପୋଲିସ୍ ପହଞ୍ଚି ଉକ୍ତ ମହିଳା ମାନଙ୍କୁ ଥାନାକୁ ନେଇଯାଇ ଥିଲେ। ସେମାନଙ୍କର ଘର ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଜଣାପଡିଥିଲା। ମାତ୍ର କେହି ଅଭିଯୋଗ ନକରିବାରୁ ପୋଲିସ୍ ମହିଳା ମାନଙ୍କୁ ଛାଡି ଦେଇଥିବା ଆଇ ଆଇ ସି ସୁଚନା ଦେଇଛନ୍ତି।