ଲକ୍ଷାଧିକ ଟଙ୍କାର ସୁନାଅଳଙ୍କାର ଚୋରି

କେନ୍ଦ୍ରାପଡ଼ା,(ଚିିତ୍ତ ରଞ୍ଜନ ଦାଶ): ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମର ଦିବାକର ଜେନାଙ୍କ ପୁଅ ଗୋଲେଖ ଚନ୍ଦ୍ର ଜେନାଙ୍କ ଘରେ କେହି ନଥିବାର ସୁଯୋଗ ନେଇ କେହି ଦୁର୍ବୁତ ତାଙ୍କ କବାଟ ତାଡି ଘରେ ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଛି। ଚୋରି ହୋଇଥିବା ଜିନିଷ ମଧ୍ୟରେ ଗୋଟିଏ ସୁନାହାର, ୨ଟି ସୁନା ଚେନ, ୧୨ଟା ସୁନା ମୁଦି ସମେତ ନଗଦ ୫ହଜାର ଟଙ୍କା ରହିଛି। ପଟ୍ଟାମୁଣ୍ଡାଇର ରଘୁନାଥ ପରିଡା ନିକିରାଇ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଭିଣୋଇ ଗୋଲେଖ ସପରିବାର ବାଙ୍ଗାଲୋରରେ ରୁହନ୍ତି। ତାଙ୍କ କୋର ଗ୍ରାମରେ ଥିବା ପୈତୃକ ଘରେ କେହି ନଥିବାର ସୁଯୋଗନେଇ କୈାଣସି ଦୁର୍ବୁତ ଘରର କବାଟ ତାଲା ଭାଙ୍ଗି ଘରେ ପଶି ଘର ଭିତରେ ଥିବା ୨ଟି ଗୋଦରେଜ ଆଲମୀରା ଓ ୨ଟି ଟିଣ ବାକ୍ସ ଭାଙ୍ଗି ସେଥିମଧ୍ୟରେ ଥିବା ଉପରୋକ୍ତ ସୁନା ଅଳଙ୍କାର ଓ ନଗଦ ଅର୍ଥ ସହ ଅନ୍ୟାନ୍ୟ ସମସ୍ତ ଜିନିଷ ଚୋରି କରିନେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ