ଲକ୍ଷାଧିକ ଟଙ୍କାର ସୁନା ଚୋରି : ପୋଲିସ ତଦନ୍ତ ଜାରି

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) : ଗତରାତ୍ର ପ୍ରାୟ ଗୋଟାଏ ସମୟରେ ଏକ ବଡ଼ ଧରନର ଚୋରି କରି ବ୍ୟବସାୟୀଙ୍କ ଛୁରା ମାଡ଼ ମାରି ସିନ୍ଧିକ ଉଠାଇ ନେଇଯାଇଥିବା ଅଞ୍ଚଳରେ ଚର୍ଚା ର ବିଷୟ ପାଲଟିଛି। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ଶିକରପାଇ ଗ୍ରାମର ଉପେନ୍ଦ୍ର ଗୋପାଳଚେଟି ଓ ଭାଇ ଗୌରୀ ଗୋପାଳଚେଟିଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ରାତ୍ର ଘରେ ପରିବାର ଶହ ସୋଇଥିବା ବେଳେ ଛାତ ଉପରଦେଇ ପାଞ୍ଚରୁ ଛଅ ଜଣ ଚୋର ଘରେ ପଶିଥିଲେ। ସିନ୍ଧୁକ ଓ ଆଲମାରୀ ଭାଙ୍ଗିବା ବେଳେ ଉପେନ୍ଦ୍ର ଉଠି ପଡିବାରୁ ତାଙ୍କ କାନ୍ଧରେ ଚୁରିମାରୀ ପାଟି ଚୁପ କରିଥିଲେ। ପରେ ସିନ୍ଧୁକକୁ ତାଡି ଉଠାଇ ନେଇ ଯାଇଥିଲେ। ରାତ୍ର କମି ଆସୁଥିବାରୁ ତିନିଘଣ୍ଟା ରହି ଚାଲିଯାଇଥିଲେ। ସିନ୍ଦୁକରେ କୁଆଡେ ପ୍ରାୟ ଦୁଇଶହ ଗ୍ରାମ ସୁନା ଅଳଙ୍କାର ଓ ଅସଲମାରୀରୁ ଟଙ୍କା ନେଇଯାଇଥିବା କୁହାଯାଇଛି।ଚରି ହେବାପରେ ଉପେନ୍ଦ୍ର କଲ୍ୟାଣସିଂହପୁର ପୋଲିସ କୁ ଖବର ଦେଇଥିଲେ। ପରେ ଚାନ୍ଦିଲି ପୋଲିସ ଥାନା ଅଧିକାରୀ ପ୍ରସନ ବେହେରା ଓ ଏସ ଆଇ ଦିଲୀପ କୁମାର ମାଝୀ ଆସି ତଦନ୍ତ କରୁଥିବା ଜଣା ପଡିଛି।ଆସି ତଦନ୍ତ କରି ସନ୍ଧନୀ କୁକୁର ଓ ସାଇଣ୍ଟିଫିକ ଟିମ ଆସିଲାପରେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ଜଣା ପଢ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ