ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ
କୋଣାର୍କ (ଗଣେଶ ଚନ୍ଦ୍ର ବେହେରା): ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତ କୋରୁଆଳ ପାଞ୍ଚଣା ଦେଶବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟର ୩ ଦିନିଆ ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଅଭ୍ୟର୍ଥନା କମିଟି ଅଧକ୍ଷ ବିଧାୟକ ତୁଷାରକାନ୍ତି ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ କିଟ୍ ପ୍ରତିଷ୍ଠାତା ଚିତ୍ତରଞ୍ଜନ ମିଶ୍ର, ଗୋପ ବ୍ଲକ ଅଧ୍ୟକ୍ଷା ଝୁନାରାଣୀ ମଲ୍ଲିକ, ପ୍ରଶାସନିକ ଅଧିକାରୀ ସାହିତ୍ୟିକ ପ୍ରଭାତ କୁମାର ତରାଇ, ସମାଜସେବୀ ଭ୍ରମରବର ସାହୁ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ସାଗରିକା ଲେଙ୍କା, ଶିକ୍ଷାବିତ ବାଲୁଙ୍କେଶ୍ୱର ମୁରୁଡି, ପ୍ରଧାନ ଶିକ୍ଷକ ମନୋଜ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ୫୦ବର୍ଷ ପୂର୍ତ୍ତି କରି ଅନେକ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିଥିବା ସ୍କୁଲ୍ ଗୁଣଗାନ କରିବା ସହିତ ପୁରାତନ ଛାତ୍ର ମାନେ ଏହି ସ୍କୁଲକୁ ଆଗକୁ ନେବାକୁ ଆଗେଇ ଆସିବାକୁ ଆହ୍ଵାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ସମାଜ ପାଇଁ କୃତିତ୍ୱ ଆଣିଥିବା ବ୍ୟକ୍ତି ବିଶେଷ ଓ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ ବିଦ୍ୟାଳୟ ବିବରଣୀ ପଠନ କରିଥିଲା ବେଳେ ଶିକ୍ଷକ ପ୍ରତାପ ରାଉତ ମଞ୍ଚ ସଂଯୋଜନା କରିଥିଲେ। ପୂର୍ବାହ୍ନରେ ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଅଭ୍ୟର୍ଥନା କମିଟି ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ୪୧ ଜଣ ପୁରାତନ ଛାତ୍ରଛାତ୍ରୀ ତଥା ଜିବନଦାତା ବହୁମୂଲ୍ୟ ରକ୍ତଦାନ କରିଥଲେ। ଏବଂ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ମୋ ସ୍କୁଲ୍ ମୋ କର୍ତ୍ତବ୍ୟ ନେଇ କର୍ମଶାଳା ଆୟୋଜିତ ହୋଇଥିଲା। ଏହି ସମାରୋହକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିମ୍ବାଧର ଦଳାଇ, ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଙ୍ଘ ସଭାପତି କମଳାକାନ୍ତ କୁଅଁର, ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଅଭ୍ୟର୍ଥନା କମିଟି ସଦସ୍ୟ ଶରତ ଦଳାଇ, ପ୍ରମୋଦ କୁଅଁର, ପ୍ରଭାକର ପାତ୍ର, ବାନମ୍ବର ସାହୁ, ଚକ୍ର ପ୍ରସାଦ ସାହୁ, ସରପଞ୍ଚ ନରହରି ଦଳାଇ , ନରହରୀ ବେହେରା, ପ୍ରସନ୍ନ ବେହୁରା, ବଳରାମ ବାରିକ, ପ୍ରକାଶ କୁଅଁର, ଦିଲୀପ ବିଶ୍ବାଳ, ନିରଂଜନ ଲେଙ୍କା, ନିରଂଜନ ସ୍ବାଇଁ, କାଳନ୍ଦି ପାତ୍ର, ରାଜକିଶୋର ସାହୁ, ରମାକାନ୍ତ କୁଅଁର ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର କୁନାକୁନି ଛାତ୍ରଛାତ୍ରୀ ମାନଙ୍କୁ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ମାନେ ଯୋଗଦେଇ ସମାରୋହକୁ ସାଫଲ୍ୟ ମଣ୍ଡିତ କରିଥିଲେ ।