ଏପ୍ରିଲ ୧୦ରୁ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏପ୍ରିଲ ୧୦ରୁ ୩ ଦିନ ଧରି ଅନୁଷ୍ଠିତ ହେବ । ଏନେଇ ରବିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚୁଡାନ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମାନ୍ୟବର ବାଚସ୍ପତି, ଉଚ୍ଚ ଶିକ୍ଷାମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଭଦ୍ରକ ସାଂସଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ ବୋଲି ସମ୍ମତି ପ୍ରଦାନ କରିଥିବା ବୈଠକରେ ସୂଚନା ଦିଆଯାଇଥିଲା । ଜୟନ୍ତୀ ଉତ୍ସବ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ରୀତାରାଣୀ ଦେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ସ୍ୱାଇଁ, ବିଶ୍ୱନାଥ ଓଝା, ନାରାୟଣ ଚନ୍ଦ୍ର ସାମଲ, ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ କୁମାର ରାଉଳ, ନରୋତ୍ତମ ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ପୃଷ୍ଟି, ପୂର୍ବତନ ସରପଞ୍ଚ ପଙ୍କଜିନୀ ଲେଙ୍କା, ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେହୁରା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଇଂ.ଲକି ମାଷ୍ଟର ସ୍ୱାଇଁ, ଶିକ୍ଷକ ଅଶୋକ ଖିଲାର, ସନ୍ତୋଷ କୁମାର ଜେନା, ମକରଧ୍ୱଜ ଲେଙ୍କା, ଇଂ.ସୁଧାଂଶୁ୍େ ଶେଖର ନାୟକ, ସାମ୍ବାଦିକ ପ୍ରମୋଦ କୁମାର ଗୋଛାୟତ, ଏଲ.ଅମରଜିତ୍ ସ୍ୱାଇଁ, ରମାକାନ୍ତ ପାଣିଗ୍ରାହୀ, ସଞ୍ଜୟ ସାମଲ, ମନୋରଞ୍ଜନ ଜେନା, ଅରୁଣ କୁମାର ସାହୁ, ପିତାମ୍ବର ବିଶ୍ୱାଳ, ନିରଞ୍ଜନ ସାମଲ, ମାଧବାନନ୍ଦ ବିଶ୍ୱାଳ, ନିରୋଦ କୁମାର ଜେନା, ପ୍ରଫୁଲ୍ଲ କୁମାର ବାରିକ, ତାପସ ନାୟକ, ତାରକେଶ୍ୱର ମହାପାତ୍ର, ଭଗବାନ ସାହୁ, ଶଶୀଭୂଷଣ ଖିଲାର, ଧିରେନ୍ଦ୍ର ସାମଲ, ଶିକ୍ଷୟିତ୍ରୀ ବସୁନ୍ଧରା ଜେନା, ନିଳିମା ମଞ୍ଜରୀ ରାଉତ, ଅଲିଭା ପଣ୍ଡା, ଗୌରୀବାଳା ପାତ୍ର, ତେଜଶ୍ରୀ ଦିବ୍ୟାର୍ଚ୍ଚନା ରାଉତ, ମୌନାବତୀ ସାମଲ, ଲକ୍ଷ୍ମୀମଣି ସାହୁ, ବାସନ୍ତୀଲତା ଜେନା, ସାଗରିକା ପୁହାଣ, ସୁମିତ୍ରା ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣମାତ୍ରାରେ ସହଯୋଗ କରି ଉତ୍ସବକୁ ସଫଳ କରାଇବା ପାଇଁ ବୈଠକରେ ସୂଚନା ଦିଆଯାଇଥିଲା ।


