ଗୋପାଳଜୀଉ ମଠ ତରଫରୁ ଭକ୍ତଙ୍କୁ ରଶଗୋଲା ଭୋଗ ବଣ୍ଟନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) :କେନ୍ଦୁଝରର ବଳଦେବଜୀଉ ମନ୍ଦିର ସମ୍ମୁଖରେ ଥିବା ଗୋପାଳଜୀଉ ମଠ ତରଫରୁ ସୁନାବେଶ ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କୁ ମଠ ତରଫରୁ ମହାପ୍ରଭୁଙ୍କୁ ଲାଗିହୋଇଥିବା ରଶଗୋଲା ଭୋଗ ବଣ୍ଟନ କରାଯାଇଥିଲା। ଏହି ମଠ ପ୍ରାୟ ୪୦୦ ବର୍ଷ ରୁ ଉର୍ଦ୍ଧ ହେବ ବଳଦେବଜୀଉ ଙ୍କ ମନ୍ଦିର ସହ ଜଡିତ ରହିଥିବା ଜଣାଯାଏ। ବିଗତ ବର୍ଷ ପରି ହଜାର ହଜାର ଭକ୍ତଙ୍କୁ ଶୃଙ୍ଖଳିତ ଭାବରେ ଧାଡିରେ ଏହି ରଶଗୋଲା ଭୋଗ ବଣ୍ଟନ କରାଯାଇଥିଲା। ମହାପ୍ରଭୁଙ୍କ ଏହି ପ୍ରସାଦ ପାଇ ଭକ୍ତମାନେ ମଶାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ସହିତ ନିଜକୁ ଭାଗ୍ୟବାନ ମନେକରିଥିଲେ। ମଠ ପରିଚାଳନା କମିଟିର ସଭାପତି ଗିରିଜା ଶଙ୍କର ମିଶ୍ର,ସମ୍ପାଦକ ପ୍ରଶାନ୍ତ ସାହୁ,ଯୁଗ୍ମସମ୍ପାଦକ ନିଶିତ ରଞ୍ଜନ ପଟ୍ଟନାୟକ, ଆନ୍ତର୍ଜାମୀ ପତି ତଥା ସଦସ୍ୟ ସରିତ ମହାରଣା, ଶ୍ରୀତମ ଦାସ, ଆନନ୍ଦ ପ୍ରକାଶ ଖଣ୍ଡେଇ,ସନ୍ତୋଷ ପତି ତଥା ପୂଜକ ବିଜୟ ଚକ୍ରବର୍ତ୍ତୀ ପ୍ରମୁଖ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।